Latest Odisha News

ଟାଟା ନଗରରୁ ବାଦାମପାହାଡ଼କୁ ଦୌଡ଼ିବ ମେମୁ

ଭୁବନେଶ୍ୱର: ଟାଟା ନଗରରୁ ବାଦାମପାହାଡ଼କୁ ଦୌଡ଼ିଲା ମେମୁ। ରେଳ ମାନଚିତ୍ରରେ ଯୋଡ଼ିହେଲା ବାଦାମପାହାଡ଼। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନସିଂ ଜରିଆରେ ଝାଡ଼ଖଣ୍ଡର ସିନ୍ଦରିଠାରୁ ଟାଟାନଗର ଓ ଟାଟାନଗରଠାରୁ ବାଦାମପାହାଡ଼କୁ ମେମୋ ରେଳସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ରେଳ ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆଜି ଏହି ଟ୍ରେନ୍ ଶୁଭାରମ୍ଭ ଫଳରେ ଭାରତର ଅର୍ଥନୀତି, ବେପାର ବାଣିଜ୍ୟର ଉନ୍ନତି ହେବାସହିତ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି । ଏହି ଅବସରରେ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.