Latest Odisha News

BREAKING NEWS

‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା ଭାରତ-ପାକିସ୍ତାନର ପରମାଣୁ ଯୁଦ୍ଧ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ କଥା ଦୋହରାଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ଅପରେସନ ସିନ୍ଦୁର ସମୟରେ ଯୁଦ୍ଧକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଆମେରିକାର କୂଟନୈତିକ ଚାପ ଏବଂ ଶୁଳ୍କ ଧମକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ଏଡାଇ ଦେଇଥିଲା। କ୍ୟାବିନେଟ୍ ସଦସ୍ୟଙ୍କ ସହ ଆଲୋଚନା ବେଳେ ଏହି କଥା ଦୋହରାଇଛନ୍ତି ଟ୍ରମ୍ପ।

ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ଥିଲା। ପରସ୍ପର ୧୧ଟି ବିମାନ ମାରି ଖସାଇଥିଲେ, ହେଲେ ମୁଁ ଟାରିଫ୍ ଧମକ ଦେଲି। ଯୁଦ୍ଧ ବନ୍ଦ ନକଲେ ୨୫୦ ପ୍ରତିଶତ ଟାରିଫ୍ ଲଗାଇବି କହିଲି। ଉଭୟ ଦେଶ ଟାରିଫ୍ ଧମକକୁ ନେଇ ଅସନ୍ତୁଷ୍ଟ ହେଲେ, କିନ୍ତୁ ଦିନକ ପରେ ଉଭୟ ଦେଶ ଫୋନ୍ କରି ଯୁଦ୍ଧ କରିବେନି କହିଲେ। ଟ୍ରମ୍ପଙ୍କ ଏଭଳି ଦାବିକୁ ପୂର୍ବରୁ ଖଣ୍ଡନ କରି ଆସୁଛି ଭାରତ।

ଭାରତ ସରକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧ ଟଳିଯାଇଥିବା ଦାବିକୁ ଲଗାତାର ପ୍ରତ୍ୟାଖ୍ୟାନ କରିଆସିଛି। ଭାରତ ଦାବି କରୁଛି ଯେ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବାରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ନାହିଁ। ଏପ୍ରିଲ ୨୦୨୫ରେ, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହାର ଜବାବରେ, ଭାରତ ଗତ ବର୍ଷ ମେ ୭ ରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ) ରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ଗୁଳି ବିନିମୟ ହୋଇଥିଲା।

Comments are closed.