Latest Odisha News

BREAKING NEWS

ମହାଶିବରାତ୍ରୀରେ ପୂଜା କରିବା ସମୟରେ ଭୁଲରେ ବି କରନ୍ତୁନାହିଁ ଏହି କାମ, ନଚେତ୍…

ଭୁବନେଶ୍ଵର: ସନାତନ ଧର୍ମରେ ମହାଦେବଙ୍କୁ ଅମର, ଅଜର ଏବଂ ଅବିନାଶୀ କୁହାଯାଏ । ସେ ଆଦି ଆଉ ସେ ହିଁ ଅନନ୍ତ । ମହାଦେବଙ୍କୁ ଭକ୍ତିର ସହ ପୂଜା କଲେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ । ପ୍ରତିବର୍ଷ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଫଗୁଣ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଯାହାକୁ ମହାଶିବରାତ୍ରୀ ବୋଲି କୁହାଯାଏ । ତେବେ ଚଳିତବର୍ଷ ମାର୍ଚ୍ଚ ୮ରେ ପଡୁଛି ମହାଶିବରାତ୍ରୀ । ସେଥିପାଇଁ ଏବେ ଚଳଚଞ୍ଚଳ ଗାଁ ଠୁ ସହର । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ପ୍ରତ୍ୟକ ଶୈବ ପୀଠରେ ପୂଜାପାଠ ନିମନ୍ତେ ବହୁ ସଂଖ୍ୟକ ଲୋକଙ୍କ ଗହଳି ଲାଗିବ । ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ ଏବଂ ଶିବଲିଙ୍ଗକୁ ବିଭିନ୍ନ ଉପାୟରେ ଅଭିଷିକ୍ତ କରାଯାଏ । କିନ୍ତୁ ଏହି ଅଭିଷେକ ସମୟରେ କିଛି ଲୋକ ଅଜାଣତରେ କିଛି ଭୁଲ କରିବସନ୍ତି । ଯାହା ଫଳରେ ସେମାନଙ୍କର ମନବାଞ୍ଛା ପୁରଣ ହୋଇପାରେନି । ତେଣୁ ଏହିଦିନ ମହାଦେବଙ୍କୁ ପୂଜା କରିବା ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଆସନ୍ତୁ ଜାଣିବା ସେ ବିଷୟରେ…

BjdElectrycity

ମହାଶିବରାତ୍ରୀ ଦିନ ଯଦି ଆପଣ ଶିବଲିଙ୍ଗ ଉପରେ ଅଭିଷେକ କରୁଛନ୍ତି, ତେବେ ଏହାକୁ ଏକ ଢାଳ କିମ୍ବା କଳଶରେ କରନ୍ତୁ । ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଶଙ୍ଖ ବ୍ୟବହାର ନିଷେଧ ବୋଲି ଧରାଯାଏ । ତେଣୁ ଏହି ସମୟରେ, ଶଙ୍ଖ ବଜାନ୍ତୁ ନାହିଁ କିମ୍ବା ଶଙ୍ଖରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ନାହିଁ । ଭଗବାନ ଶିବଙ୍କୁ ପୂଜା କରୁଥିବାବେଳେ ତୁଳସୀ ଜଳ ଅର୍ପଣ କରିବା ନିଷେଧ | ଏହା ବ୍ୟତୀତ ମହାଦେବଙ୍କ ପୂଜାରେ କାନିଅର ଏବଂ କେତକି ଫୁଲ ମଧ୍ୟ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ପ୍ରାୟତଃ ଦେଖିବାକୁ ମିଳେ ଯେ, ମହାଶିବରାତ୍ରୀରେ ଲୋକମାନେ ଭଗବାନ ଶିବଙ୍କୁ ପୂଜା କରିବା ପରେ ଶିବଲିଙ୍ଗକୁ ପରିକ୍ରମା କରିଥାନ୍ତି । କହିରଖୁଛୁ ଯେ ମହାଶିବରାତ୍ରୀ ଦିନ ଶିବଲିଙ୍ଗକୁ ପରିକ୍ରମା କରିବା ଉଚିତ୍ ନୁହେଁ । ଶାସ୍ତ୍ରରେ, ଶିବଲିଙ୍ଗର ସମ୍ପୂର୍ଣ୍ଣ ପରିକ୍ରମା ବର୍ଜିତ ବୋଲି କୁହାଯାଏ । ଅର୍ଦ୍ଧ ଚନ୍ଦ୍ରମା ଆଧାରରେ ଶିବଲିଙ୍ଗର ଅଧା ପାରିକ୍ରମା କରାଯିବା ଉଚିତ୍ । ମହାଦେବଙ୍କ ବେଲପତ୍ର ବହୁ ପ୍ରିୟ । ତେଣୁ ସବୁବେଳେ ମହାଦେବଙ୍କୁ ବେଲପତ୍ର ଅର୍ପଣ କରାଯାଏ । ତେବେ ବେଲପତ୍ର ଚଢେଇବା ପୂର୍ବରୁ ଧ୍ୟାନ ରଖିବେ ଯେ, ବ୍ୟବହାର ହେବାକୁ ଥିବା ବେଲପତ୍ର ଯେପରି ସତେଜ ଏବଂ ଅକ୍ଷତ ହେବା ଉଚିତ୍ । କ୍ଷତ କିମ୍ବା ବାସୀ ବେଲପତ୍ର ମହାଦେବଙ୍କ ପୂଜାକୁ ଅସଫଳ କରିଥାଏ ।

Leave A Reply

Your email address will not be published.