Latest Odisha News

BREAKING NEWS

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ ଆଇପିଏସ୍ ଅଧିକାରୀ ଭାବେ ଲୋକପ୍ରିୟ ହୋଇପାରିଛନ୍ତି ।

ସୂଚନାଯୋଗ୍ୟ, ଡିଜି ରଶ୍ମୀରଞ୍ଜନ ସ୍ୱାଇଁ ୧୯୯୧ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗରର ଏଏସପି ଦାୟିତ୍ୱ ତୁଲାଇଥିଲେ । ଏହାପରେ ୨୦୦୩ରୁ ୨୦୦୪ ଯାଏଁ ଜମ୍ମୁର ଏଏସପି କାର୍ଯ୍ୟ କରିଛନ୍ତି । ଏଥିସହିତ ସେ ପୁଞ୍ଚ, ରାମବାନ ଓ ଲେହ ବି କାର୍ଯ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ଯାଏଁ  ଜମ୍ମୁ କାଶ୍ମୀରର ଭିଜିଲାନ୍ସ ସଙ୍ଗଠନରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିଛନ୍ତି ।  ଜୁନ୍ ୧୫ ୨୦୨୦ରେ ଜମ୍ମୁକାଶ୍ମୀରର ଗୁପ୍ତଚର ମୁଖ୍ୟ ଭାବେ ନିୟୁକ୍ତ ହୋଇଥିଲେ ।

ଅକ୍ଟୋବର ୩୧, ୨୦୨୩ରେ  ସେ ଶ୍ରୀନଗରର ପୁଲିସ୍ ମୁଖ୍ୟାଳୟରେ ଜମ୍ମୁ କାଶ୍ମୀରର ୧୭ ତମ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.