ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର ପ୍ରଥମ ଦିନରେ ଉଭୟ ବକ୍ତା ଓ ଶ୍ରୋତାଙ୍କ ଭିତରେ ଥିଲା ଭରପୂର ଉତ୍ସାହ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କଥାକାରଙ୍କ ସହିତ ଉତ୍ସାହପୂର୍ଣ୍ଣ ମତ ବିନିମୟ କରିଥିଲେ ବିଭିନ୍ନ ବର୍ଗର ସାହିତ୍ୟ ଓ ସଂସ୍କୃତିପ୍ରେମୀ । ବିଶେଷକରି ଯୁବପିଢୀଙ୍କ ଭିତରେ ପରିଲକ୍ଷିତ ହୋଇଥିଲା ଅହେତୁକ ଆଗ୍ରହ । ଡ଼ଟ ଫେଷ୍ଟର ଉଦ୍ଘାଟନୀ ଦିବସରେ ଏକାଥରକେ ଚାରୋଟି ସ୍ଥାନରେ କାହାଣୀ ସହିତ ଶ୍ରୋତା ଓ ବକ୍ତାଙ୍କ ଭିତରେ ହୋଇଥିଲା ମତ ବିନିମୟ । ଏଥିପାଇଁ ଭୁବନେଶ୍ୱରର କଳାଭୂମି, ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ପାର୍କ ଓ ଅବଦୁଲ କାଲାମ ପାର୍କରେ ହୋଇଥିଲା ଏହି ଷ୍ଟୋରୀ ଟେଲିଂ ସେସନ ।
ଇନ୍ଧିରା ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକୀୟ କଥାକାର ଆଂଟୋନିଓ ରୋଚା ପଶୁପକ୍ଷୀଙ୍କ ଚରିତ୍ରକୁ ଆଧାର କରି ଗଳ୍ପ ଅବତାରଣାରେ ଉପସ୍ଥିତ ଶ୍ରୋତାଙ୍କ ସହ ମତ ବିନିମୟ କରିଥିଲେ । ସେହିଭଳି ଜାପାନୀ ଲୋକଙ୍କ କଥା,ସାହିତ୍ୟ ଓ ଶୈଳୀକୁ ନେଇ ନୁପୂର ଅଗ୍ରୱାଲଙ୍କ ଉପାସ୍ଥାପନା ଥିଲା ବେଶ୍ ଗ୍ରହଣୀୟ । ପ୍ରଥମ ଦିନରେ ଓଡ଼ିଶାର ଲୋକକଥା ଓ ଚଳଣୀକୁ ଗପ ଶୈଳୀରେ ଉପସ୍ଥାପନା କରି ଶ୍ରୋତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ କୁନା ତ୍ରିପାଠୀ । ସେହିଭଳି ହିନ୍ଦୀ ଭାଷାରେ ଜାତୀୟସ୍ତରର ପରିଚିତ କଥାକାର ନିଲେଶ ମିଶ୍ର ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ନିଜ ବାକ୍ଚାତୁରୀରେ ବାନ୍ଧି ରଖି ପାରିଥିଲେ ।
କଥାକାର ଆଂଟୋନିୟ ରୋଚାଙ୍କ ମତରେ, ଗପ ମାଧ୍ୟମରେ ମତ ବିନିମୟ କରିବା ପାଇଁ ଭରପୂର ସୁଯୋଗ ରହିଛି । ଗତ ୩୦ ବର୍ଷ ହେଲା ଆଗ୍ରହର ସହିତ ମୁଁ ଏହି କାର୍ଯ୍ୟ କରି ଆସୁଛି । ବାସ୍ତବରେ ଶ୍ରୋତାଙ୍କ ରୁଚିକୁ ପ୍ରାଥମିକତା ଦେଇ ଗପ ମାଧ୍ୟମରେ ମତ ବିନିମୟ କଲେ ଏହା ବିଶେଷ ଆଦୃତ ହୋଇଥାଏ , ଯାହା ମୁଁ ମୋ ଅଭିଜ୍ଞତାରୁ ହାସଲ କରିଛିି । ଜଣେ ଷ୍ଟୋରୀ ଟେଲର ବା କଥାକାର ପାଇଁ ପ୍ରାଥମିକତା ହେଲା ଶ୍ରୋତା ବା ଦର୍ଶକଙ୍କ ଗ୍ରହଣୀୟତା ।
ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଡ଼ଟ୍ ଫେଷ୍ଟ ୨୦୨୩ର ପ୍ରଥମ ସଂସ୍କରଣ ୨୦୧୮ ମସିହାରେ ଏକ ମହତ୍ ଉଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା । ଏହାଭିତରେ ୪ ବର୍ଷରୁ ଅଧିକ ସମୟ ବିତିଛି । ଏଥର ବି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆଗ୍ରହର କେନ୍ଦ୍ର ହୋଇପାରିଛି ଏହି ଉତ୍ସବ । ଏଥର ଡ଼ଟ୍ ଫେଷ୍ଟର ଅନ୍ୟତମ ଆକର୍ଷଣ ହେଲା ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ । ଖାସ୍ କରି ଭୁବନେଶ୍ୱର ସହରର ପୁରୁଣା ଓ ନୂଆ ସ୍ମୃତିକୁ ତାଜା କରିପାରିଛି ଏହି ପ୍ରଦର୍ଶନୀ । ୧୮୬୦ ମସିହାରୁ ଏ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍ଥାନ ଓ ସମ୍ପ୍ରସାରଣର ସ୍ମତିକୁ ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
BREAKING NEWS
- SCB ମେଡିକାଲ୍ କଲେଜର DEO ଗିରଫ
- ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ
- ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା
- ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା
- ନେପାଳ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି
- କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ
- ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ
- ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର
- Fraud case: ୧୧ ବର୍ଷ ପରେ ଫେରାର ପୋଷ୍ଟମାଷ୍ଟର ଗିରଫ;ଜମାକାରୀଙ୍କ ୧୪ଲକ୍ଷ ହଡ଼ପ ଅଭିଯୋଗ
- Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍

Comments are closed.