Latest Odisha News

BREAKING NEWS

ଉଦ୍ଧାର ପାଇଁ ଦାଦନର ଗୁହାର

ବିନିକା :କରୋନା ଯୋଗୁ ସ୍ଥିତି ବଦଳିଯାଇଛି । ବହୁ ଲୋକ ରୋଜଗାର ହରାଇଥିବା ବେଳେ କିଛି ରୋଜଗାର କରିବାକୁ ବାହାରକୁ ଯାଇ ଅତ୍ୟାଚାରିତ ହେଉଛନ୍ତି । ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡିଛନ୍ତି ଦମ୍ପତି । ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ ମିଡିଆରେ ଗୁହାର ଲଗାଇଛନ୍ତି । ସୁବର୍ଣ୍ଣପୁର ବିନିକା ବାଉଁଶୁଣୀ ଗାଁର ଅଜିତ୍ ପାଣ୍ଡେ ଓ ତାଙ୍କର ସ୍ତ୍ରୀ ଲୋଡିଛନ୍ତି ସହାୟତା ।  ଗତ କିଛି ଦିନ ହେଲା ବାଉଁଶୁଣୀରୁ ଅଜିତ ଓ ତାଙ୍କ ସ୍ତ୍ରୀ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁରକୁ କାମ ପାଇଁ ଯାଇଥିଲେ ।

ହେଲେ ଏବେ କିଛି ଦିନ ହେବ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ଘରେ ତାଙ୍କର ଘରମାଲିକର ସେମାନଙ୍କୁ ବନ୍ଦି କରି ରଖିଛି ।  ମାଲିକ ତାଙ୍କୁ ଗୋଟେ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ବାହାରକୁ ଛାଡୁ ନଥିବା ଅଭିଯୋଗ ହୋଇଛି । ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନ ଥବା ମଧ୍ୟ ଅଭିଯୋଗ କରିଛନ୍ତି ଅଜିତ ।

ଏଭଳି ଅବସ୍ଥାରେ କାହାକୁ ନ ପାଇ ଅଜିତ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହାକୁ ଦେଖି ବିନିକା ବାଉଁଶୁଣୀ ଅଂଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, ୫ଟି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.