Latest Odisha News

BREAKING NEWS

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ଭଦ୍ରକ : ପୁଣି ଯୌତୁକ ଜୁଇରେ ବଳି ପଡ଼ିଲା ବଧୂ । ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡା ଗ୍ରାମରେ ଘଟିଛି ଘଟଣା । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ଥାନା ଆଲଦାର ସସ୍ମିତାଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡା ଗ୍ରାମର ବାବାଜୀ ଦାସଙ୍କ ପୁଅ ରଞ୍ଜିତ ଦାସଙ୍କ ସହ ୨୦୧୬ ମସିହାରେ ବିବାହ ହୋଇଥିଲା ।

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁବାର ଯୌତୁକ ପାଇଁ ଝଗଡ଼ା ହେଉଥିଲା । ବାରମ୍ବାର ଯୌତୁକ ଟଙ୍କା ଆଣିବା ପାଇଁ ଝିଅକୁ ଘରକୁ ପଠାଉଥିଲା ଜ୍ୱାଇଁ ରଞ୍ଜିତ ଦାସ। ପ୍ରତିଦିନ ଅକଥନୀୟ ଭାଷା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଜଣେଇଛନ୍ତି ।

ତେବେ ଶୁକ୍ରବାର ସକାଳୁ ସସ୍ମିତା ବିଷ ପିଇ ହସ୍ପିଟାଲ୍ ରେ ଥିବା ଶାଶୁ ଘର ଲୋକେ କହୁଥିଲେ । ପରେ ପରିବାର ଲୋକ ପହଞ୍ଚିଲା ବେଳକୁ ଝିଅର ମୃତଦେହ ପଡ଼ିରହିଥିଲା । ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଏନେଇ ଭଦ୍ରକ ଗ୍ରାମଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଝିଅର ପିତା ଦାମୋଦର ବାରିକ। ଗୁରୁବାର ରାତିରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିବ କହିଛନ୍ତି । ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୨୩୬/୨୧ରେ ଏକ କେସ ରୁଜୁ କରି ରଞ୍ଜିତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଗ୍ରାମଞ୍ଚଳ ପୋଲିସ ।

Leave A Reply

Your email address will not be published.