ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଆନ୍ତର୍ଜାତୀୟ କ୍ରିକେଟରେ ଜଣେ ଖେଳାଳି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅବସର ନେବା ପରେ ସେ କୋଚିଂ ଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଭାରତ ଟି୨୦ ବିଶ୍ୱକପ ଟାଇଟଲ ମଧ୍ୟ ହାସଲ କରିଛି । ଏବେ ଡ୍ରାଭିଡ ୟୁରୋପୀୟ ଟି୨୦ ପ୍ରିମିୟର ଲିଗରେ ଡବଲିୟନ ଗାର୍ଡିଆନ୍ସ ଟିମ କିଣିଛନ୍ତି । ଅବଶ୍ୟ ସେ ଅନ୍ୟ ସହଯୋଗୀଙ୍କ ସହ ମିଶି କରି ଏହି ଟିମର ଫ୍ରାଂଚାଇଜ ନେଇଛନ୍ତି । ଭାରତୀୟ କ୍ରିକେଟର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଏହାର ଅଧିନାୟକ କରାଯାଇଛି ।
ଡ୍ରାଭିଡ ଭାରତ ପକ୍ଷରୁ ୧୬୪ ଟେଷ୍ଟ, ୩୪୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ଗୋଟିଏ ଟିମର ମାଲିକ ହେବା ମୋତେ ନୂଆ ରୋମାଂଚ ପ୍ରଦାନ କରିଛି । ଅଶ୍ୱୀନ ନିକଟରେ ଆନ୍ତର୍ଜାତୀୟ କ୍ରିକେଟ ଏବଂ ଆଇପିଏଲରୁ ଅବସର ନେଇ ସାରିଛନ୍ତି । ସେ ଏବେ ଅନ୍ୟ ଦେଶରେ ଖେଳାଯାଉଥିବା ଟି୨୦ ଲିଗରେ ଖେଳିପାରିବେ । ସେଥିନେଇ ସେ ବେଶ ଉତ୍ସାହିତ ଅଛନ୍ତି । ଇଟିପିଏଲରେ ୬ଟି ଟିମ ଅଂଶଗ୍ରହଣ କରୁଛନ୍ତି । ୨୬ ଅଗଷ୍ଟରୁ ୨୦ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଖେଳାଯିବ ।