Latest Odisha News

କରୋନା ସଂକ୍ରମିତ ବୋଲି ମିଳିଲାନି ଚାରିକାନ୍ଧ, ସାଇକେଲରେ ନେଇ ଶବ ସତ୍କାର କଲା ପୁଅ

ବଲାଙ୍ଗିର: ଭୂତାଣୁ ଭୟରେ ହଜି ଯାଉଛି ମାନବିକତା । ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥବା ବେଳେ ବଲାଙ୍ଗିରରୁ ଆସି ହୃଦୟ ବିଦାରକ ଦୃଶ୍ୟ । ବାପାର ମୃତଦେହକୁ ସାଇକଲେରେ ବୋହି ନେଉଛି ପୁଅ । ଏଭଳି ଦୃଶ୍ୟ ସଂକ୍ରମଣ ପାଇଁ ସମ୍ପର୍କ କେତେ ତୁଚ୍ଛ ହୋଇପାରେ ବୟାନ କରୁଛି ।

ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆ ପାଲି ପଞ୍ଚାୟତ ଭାଲୁ ଡୁଙ୍ଗୁରି ଗାଁର ଅଯୋଧ୍ୟା ସାହୁଙ୍କୁ ଜର ହୋଇଥିଲା । ସେ କୋଭିଡ୍ ପରୀକ୍ଷା କରାଇବାରୁ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ମଙ୍ଗଳବାର ତାଙ୍କର ଅଚାନକ ମୃତ୍ୟୁ ହୋଇ ଯାଇଥିଲା । କରୋନାରେ ମୃତ୍ୟୁ ହୋଇଥିବାରୁ ଶବ ପାଖକୁ କେହି ମାଡ଼ି ନଥିଲେ । ନା ଗାଁ ଲୋକ ନା ସମ୍ପର୍କୀୟ କେହି ବି ଛୁଇଁନଥିଲେ ଅଯୋଧ୍ୟାଙ୍କ ମୃତଦେହ ।

ଶେଷରେ ଅଯୋଧ୍ୟାଙ୍କ ପୁଅ ପିପିଇ କିଟ୍ ପିନ୍ଧି ସାଇକେଲରେ ବୃଦ୍ଧ ବାପାର ମୃତଦେହକୁ ବୋହି ବୋହି ନେଇଥିଲେ । ଗାଁ ବାହାରକୁ ମରଶରୀର ନେଇ ଏକାକୀ କରିଥିଲେ ଅନ୍ତିମ ସଂସ୍କାର ।

Leave A Reply

Your email address will not be published.