Latest Odisha News

BREAKING NEWS

ଦୃଶ୍ୟମ ୩ର ମାଲାୟଲମ, ହିନ୍ଦୀ ସଂସ୍କରଣ ଏକତ୍ର ହେବ ଶୁଟିଂ

ମୁମ୍ବାଇ: ଦୃଶ୍ୟମର ମାଲାୟଲମ ଏବଂ ଏହାର ହିନ୍ଦୀ ରିମେକକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । ୨ଟି ଯାକ ପାର୍ଟ ସୁପରହିଟ ହେବା ପରେ ଏବେ ମେକର୍ସ ଏହାର ୩ୟ ପାର୍ଟ ପାଇଁ ଉଦ୍ୟମ ଆରମ୍ଭ କରିଲେଣି । ପୂର୍ବରୁ ମୋହନଲାଲ ଅଭିନୀତ ଦୃଶ୍ୟମର ରିଲିଜ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ସଂସ୍କରଣ ଶୁଟିଂ ହେଉଥିଲା । ଏହା ଦ୍ୱାରା ସାଉଥ ଦର୍ଶକ ହିନ୍ଦୀ ଫିଲ୍ମ ପ୍ରତି ଏତେଟା ଉତ୍ସାହ ଦେଖାଉ ନ ଥିଲେ । ରିପୋର୍ଟ ମୁତାବକ ଏଥର ମାଲାୟଲମ ସହ ହିନ୍ଦୀ ସଂସ୍କରଣର ଶୁଟିଂ ମଧ୍ୟ ଏକତ୍ର ଶୁଟିଂ କରାଯିବ । ଦୃଶ୍ୟମ ୨ରେ ଅଜୟ, ଅକ୍ଷୟ ଖାନ୍ନା ଓ ତବୁଙ୍କ ବଳିଷ୍ଠ ଅଭିନୟ ଯୋଗୁ ୩୫୦ରୁ ଊର୍ଦ୍ଧ୍ୱ କୋଟି ଆୟ କରିଥିଲା ।

BjdElectrycity

ଏହାର ନିର୍ଦ୍ଦେଶନା ଅଭିଷେକ ପାଠକ ଦେଇଥିଲେ । ଅପରପକ୍ଷରେ ମୋହନଲାଲଙ୍କ ଅଭିନୀତ ଅରିଜାନାଲ ଭର୍ସନ ସାଉଥରେ ଝଡ ସୃଷ୍ଟି କରିଥିଲା । ତୃତୀୟ ସଂସ୍କରଣର ମୂଳ ସ୍କ୍ରିପ୍ଟ ଏଥର ମେକର୍ସ ହିନ୍ଦୀରେ ଦେବା ପାଇଁ ରାଜି ହୋଇଛନ୍ତି । ଯାହା ଫଳରେ ଅଜୟ ଅଭିନୀତ ଏହି ଫିଲ୍ମକୁ ନିର୍ଦ୍ଦେଶକ ତାଙ୍କ ଶୈଳୀରେ ନିର୍ଦ୍ଦେଶନା ଦେଇପାରିବେ ।

Leave A Reply

Your email address will not be published.