Latest Odisha News

BREAKING NEWS

ଦୀପିକାଙ୍କୁ ମାରାଥନ ଜେରା, NCB ଆଗରେ ମାନିଲେ ଡ୍ରଗ୍ସ ଚାଟ୍ କଥା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଜେରାଦାର ଜେରା ଚଳାଇଛି ଏନ୍‌ସିବି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଏନ୍‌ସିବି ଆଗରେ ହାଜର ହେଉଛନ୍ତି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କୁ ଚାଲିଛି ମାରଥାନା ଜେରା । ଏହି ସମୟରେ ଏନ୍‌ସିବି ଆଗରେ ଦୀପିକା ବଡ ସ୍ୱୀକାରୋକ୍ତି କରିଛନ୍ତି । ସେ ମ୍ୟାନେଜର କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ କଥାକୁ ମାନିଛନ୍ତି । ସେପଟେ ଏନ୍‌ସିବି ଦୀପିକାଙ୍କ ମୋବାଇଲକୁ ମଧ୍ୟ ଜବତ କରିନେଇଛି ।

୨୦୧୭ରେ ‘ହେସ୍’ ଯୋଗାଇ ଦେବାକୁ ସେ କରିସ୍ମାଙ୍କୁ କହିଥିଲେ ବୋଲି ମାନିଛନ୍ତି । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବାକୁ କହିଥିଲେ କରିସ୍ମା। ପଦ୍ମାବତ ଫିଲ୍ମ ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଡ୍ରଗ୍ସ ପାର୍ଟି । ସୂତ୍ର ଅନୁସାରେ ଏହି ଚାଟରେ ସେ ନିଜ ସର୍କଲରେ ‘ଡୁବ’ ମାଗିଥାନ୍ତି। ‘ଡୁବ’ ଏକପ୍ରକାରର ସିଗାରେଟ୍। ଡୁବ ଶବ୍ଦକୁ କୋଡଓ୍ବାର୍ଡ ଭାବେ ବ୍ୟବହାର କରାଯାଏ କହିଛନ୍ତି ଦୀପିକା। ତେବେ ସେ ସ୍ପଷ୍ଟ ଭାବେ କହି ନାହାନ୍ତି ଯେ ଡ୍ରଗ୍ସ ନିଅନ୍ତି ବୋଲି। ତେବେ ସେ ବ୍ୟୁରୋର ଅନେକ ପ୍ରଶ୍ନରେ ଚୁପ୍ ରହିଥିବା ଦେଖାଯାଇଛି।

ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବାକୁ ସମନ କରିଥିଲା ଏନସିବି । ଏନେଇ ଏନସିବିରେ ହାଜର ହୋଇଥିଲେ ଦୀପିକା । ଆଜି ଦୀପିକାଙ୍କୁ ଏନସିବିରେ ମାରାଥନ ଜେରା କରାଯାଉଛି । ଦୀପିକାଙ୍କୁ ପ୍ରଶ୍ନ କରୁଛନ୍ତି ଏନସିବିର ୫ ଜଣିଆ ଏସଆଇଟି ଟିମ୍ । କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ଜେରା କରୁଛି ଏନସିବି ।

ଏହାସହ ଆଜି ଶ୍ରଦ୍ଧା କପୁର ମଧ୍ୟ ଏନିସିବିରେ ହାଜର ହୋଇଛନ୍ତି । ତାଙ୍କ ସହ ସାରା ଅଲ୍ଲୀ ଖାନ ମଧ୍ୟ ହାର ହୋଇଥିବା ଜଣାପଡିଛି । ଶ୍ରଦ୍ଧାଙ୍କୁ ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଜେରା କରୁଛି ଏନସିବି । ବଲିଉଡ ସହ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ସମସ୍ତ ଅଭିନେତ୍ରୀ ଆଜି ଏନସିବିରେ ହାଜର ହୋଇଛନ୍ତି ।

Leave A Reply

Your email address will not be published.