ଗପ: ଅବ୍ୟକ୍ତ

ସୁପ୍ରିୟା ପଣ୍ଡା                                         

ଭାଇ କହିଲେ ମୋ ଫୋନ ନ ଲାଗିଲେ  ବ୍ୟସ୍ତ ହେବୁନି , ଏଠାରେ ଏମିତି ସବୁ ଅସୁବିଧା ହୁଏ। ମନର କୋହ କୁ  କଷ୍ଟେ ମଷ୍ଟେ ଚାପି  ରୁବି କହିଲା , ତୁମ ଫୋନ ନ ଲାଗିଲେ ମୁଁ କାହିଁକି ବ୍ୟସ୍ତ ହେବି ଯେ । ଓଲଟା ମୋ ପାଇଁ ଭଲ। କୁଆଡ଼େ ଗଲୁ , କୋଉଠି ଅଛୁ , କେତେବେଳେ ଫେରିବୁ ଏସବୁ ପ୍ରଶ୍ନ ରୁ ମୋର ଛୁଟି। ତଥାପି କହିଦେଇଥାଅ ଯେ କେତେ ସମୟ ଭିତରେ ଲାଗିବ। ଯଦି କିଏ ପଚାରିବ କହି ପାରିବି ନା ? କାଲି ସକାଳେ ବି ଲାଗିପାରେ ନ ହେଲେ ଦୁଇ ଦିନ ବି ଲାଗିପାରେ  , କହି ହେଉନି । ତୁ ତୋର ଯତ୍ନ ନେବୁ। ଭାଇ ଫୋନ ରଖିଦେଲେ।

ରୁବିର ଆଉ ଦିନ ରାତି ହେଲାନି। ଖାଲି ଭାଇ ମୁହଁ ଦେଖାଗଲା। କେତେ ଥର ଭାଇର ନମ୍ୱର ଟିପୁ ଥିଲା ଆଉ ହିସାବ ନଥିଲା । ବାରମ୍ବାର ଦେଖୁଥିଲା ହ୍ଵାଟ୍ସଆପ ରେ ଲାଷ୍ଟ ସିନ ଟା। ନା ପଢ଼ି ପାରିଲା ନା ଖାଇ ପାରିଲା ନା କୁଆଡ଼େ ଯାଇ ପାରିଲା।

ପରଦିନ ସନ୍ଧ୍ୟା ରେ ଭାଇ ର ମେସେଜ ଆସିଲା ।

ପାଗେଳି ହୋଇଯାଇଛୁ  ଲାଗୁଛି । ରୁବି ତର ତର ରେ ଭାଇ  ର ନମ୍ୱର ଡାଏଲ କଲା। ଅଭିମାନ ଭରା ସ୍ୱର ରେ କହିଲା ଓଃ କାଇଁ ମେସେଜ କଲ ଯେ , ମୁଁ କେତେ ଆରାମ ରେ ଥିଲି।

ଫୋନ ର ଏପଟେ ଆଉ ସେପଟେ ଖାଲି ବର୍ଷା ହେଉଥିଲା।

ସବୁ କଥା ବୁଝିବା ପାଇଁ କଣ ଶବ୍ଦ ର ଆବଶ୍ୟକତା ଥାଏ ?

ରସୁଲଗଡ଼ ଭୁବନେଶ୍ୱର