Latest Odisha News

ସୁଶାନ୍ତଙ୍କ ଆତ୍ମାକୁ ଡକାଯାଉ, ସବୁ ସତ ଜଣାପଡ଼ିବ!

ମୁମ୍ବାଇ: ଏକ ଲାଇଭ ଟିଭି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ନସର ଅବଦୁଲ୍ଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଅଧିକାରୀମାନଙ୍କୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାକୁ ଡକାଇଲେ ଏହି ମାମଲାରେ ସବୁ ସତ ଜଣାପଡ଼ିବ।

ଜାତୀୟ ଗଣମାଧ୍ୟମ ‘ଆଜତକ’ରେ ଅବଦୁଲ୍ଲା ଦାବି କରିଛନ୍ତି ଯେ ସହରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାକୁ ସହଜରେ ଡକାଇ ପାରିବେ।

“ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏକି ମୃତ୍ୟୁ ବରଣ କରିସାରିଛନ୍ତି। ଆମେ ସୁଶାନ୍ତଙ୍କ ସହ ସମ୍ପର୍କ କରିପାରିବା। ମୁମ୍ବାଇରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସୁଶାନ୍ତଙ୍କ ଆତ୍ମାକୁ ଡାକିବା ସହ କଥା ହୋଇପାରିବେ” ବୋଲି ସେ କହିଛନ୍ତି।

ତେବେ ନସର ‘ଗାନ୍ଧି’, ‘ମେ ହୁଁ ନା’ ଓ ‘ପେଜ ୩’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

ଅଧିକ ପଢନ୍ତୁ- ଡ୍ରଗ୍ସ ଲିଙ୍କ: ଆଜି NCB ଜେରାର ସାମନା କରିବେ ଦୀପିକା-ସାରା-ଶ୍ରଦ୍ଧା

 

Leave A Reply

Your email address will not be published.