Latest Odisha News

BREAKING NEWS

ହାଇଓ୍ବାକୁ ପିଟିଲା ଡମ୍ପର : ଜଣେ ମୃତ, ପୋଲିସର ତଦନ୍ତ ଜାରି

ବାଲେଶ୍ବର: ବସ୍ତା ଥାନା କଟିପୋଲ ନିକଟରେ ଏକ ହାଇୱାକୁ ଧକ୍କା ଦେଇଛି ଡମ୍ପର। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖାପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ ଏହାପରେ ପୋଲିସକୁ ଖବର ଦିଆଯାଇଥିଲା।

ପରେ ବସ୍ତା ଥାନା ପୋଲିସ ଆସି ଦୁର୍ଘଟଣା ସ୍ଥଳରେ ପହଁଚି ଡମ୍ପର ଡ୍ରାଇଭରଙ୍କୁ ହସ୍ପିଟାଲକୁ ନେବା ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁସାରେ ହାଇଓ୍ବାଟି ଜଳେଶ୍ବର ଅଭିମୁଖେ ଯାଉଥିବାବେଳେ କଟିପୋଲ ନିକଟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଧକ୍କା ଦେଇଥିଲା ।

ପୋଲିସ ଏବେ ଡମ୍ପର ଏବଂ ହାଇଓ୍ବାକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ କୁହାଯାଉଛି ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି। ଜଣେ ଚାଳକଙ୍କର ଯଦିଓ ମୃତ୍ୟୁ ଘଟିଛି ହେଲେ ଅନ୍ୟ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ପ୍ରାଥମିକ ସୂଚନା ରହିଛି। ଏବେ ଗାଡି ଚଳାଇବା ବେଳେ ଦୁଇ ଗାଡିର ଡ୍ରାଇଭର ନିଶାଶକ୍ତ ଥିଲେ କି ନାହିଁ ତଦନ୍ତ ସାପେକ୍ଷ।

ନିକଟରେ କେନ୍ଦ୍ର ସରକାର ଦୁର୍ଘଟଣାକୁ ନେଇ ଏକ ରିପୋର୍ଟ ଜାରି କରିଥିଲେ। ଯେଉଁଥିରେ ଗତବର୍ଷର ଦୁର୍ଘଟଣା ଏବଂ ଏହା ଜନିତ ପ୍ରାଣହାନୀ ବାବଦରେ ଉଲ୍ଲେଖ ରହିଥିଲା।

ରିପୋର୍ଟ ଅନୁଯାୟୀ, ବିପରୀତ ଦିଗରେ ଗାଡି ଚଳାଇବା କାରଣରୁ ୨୦୨୨ ମସିହାରେ ୬୭,୦୦୦ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଗତ ବର୍ଷ ମୋଟ ୪,୬୧,୩୧୨ ସଡ଼କ ଦୁର୍ଘଟଣା ରେକର୍ଡ କରାଯାଇଥିଲା। ଏହି ଦୁର୍ଘଟଣା ମଧ୍ୟରୁ ଏକ୍ସପ୍ରେସୱେ ସମେତ ଜାତୀୟ ରାଜପଥରେ ୧,୫୧,୯୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୦୬,୬୮୨ ଜଣ ରାଜ୍ୟ ରାଜପଥରେ ମୃତ୍ୟୁ ବରଣ କରିଛନ୍ତି।

ଭାରତରେ ୧୮-୬୦ ବର୍ଷ ବୟସର ଶ୍ରମିକମାନେ ସର୍ବାଧିକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତ ବର୍ଷ ସଡ଼କ ଦୁର୍ଘଟଣାରେ ସମୁଦାୟ ୧.୬ ଲକ୍ଷ ମୃତ୍ୟୁ ଘଟିଥିଲା ​​ଏବଂ ୪ ଲକ୍ଷରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସେଥିମଧ୍ୟରୁ ଜାତୀୟ ରାଜପଥରେ ୬୧,୦୩୮ ମୃତ୍ୟୁ, ରାଜ୍ୟ ରାଜପଥରେ ୪୧,୦୧୨ ଏବଂ ଅନ୍ୟ ରାସ୍ତାରେ ୬୬,୪୪୧ ମୃତ୍ୟୁ ଘଟିଛି।

Leave A Reply

Your email address will not be published.