Latest Odisha News

BREAKING NEWS

ସୀମା ଟେନସନ: ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭରାତ-ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଦୁଇ ଦେଶ ସୈନ୍ୟ ସୀମାରେ ମୁତୟନ ଅଛନ୍ତି । ବଢ଼ାଇ ଦିଆଯାଇଛି ସୁରକ୍ଷା । ଯୁଦ୍ଧ ଭଳି ପରିସ୍ଥିତି ଭିତରେ ବହୁ ଦିନ ପରେ ଆଜି ଭାରତ-ଚୀନ୍ ମଧ୍ୟରେ ବସୁଛି କମାଣ୍ଡରସ୍ତରୀୟ ବୈଠକ । ଇଣ୍ଟର୍ଣ୍ଣ ଲଦାଖର ଚୁସୁଲ ସେକ୍ଟରରେ ସପ୍ତମ ରାଉଣ୍ଡର କମାଣ୍ଡରସ୍ତରୀୟ ବୈଠକ ମଧ୍ୟାହ୍ନ ୧୨ଟାରେ ବସିବ ।

ଗତ ମେ ମାସରୁ ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ବିବାଦ ଜାରି ରହିଛି । ଜୁନ ମାସରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ଏହାରି ଭିତରେ ବହୁ ବାର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ବି ହୋଇଛି । କଥାବାର୍ତ୍ତା ପରେ ଚୀନ ପଛକୁ ହଟୁଛି । ପୁଣି କିଛି ଦିନ ପରେ ବଦମାସୀ କରୁଛି ।

ଭାରତ ପକ୍ଷରୁ ଆଜି ଲେଫ୍ଟେନାଣ୍ଟ ଜେନେରାଲ୍ ହରିନ୍ଦର ସିଂହଙ୍କ ନେତୃତ୍ୱରେ ଟିମ୍ ସୀମାରରୁ ସୈନ୍ୟ ପ୍ରତ୍ୟାହାର ଓ ଶାନ୍ତି ନେଇ ଆଲୋଚନା କରିବେ । ଆଜିର ବୈଠକରେ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ (ଇଷ୍ଟ ଏସିଆ) ନବୀନ ଶ୍ରୀବାସ୍ତବ ବି ଉପସ୍ଥିତ ରହିବେ । ଚୀନ ପକ୍ଷରୁ ବରିଷ୍ଠ ସେନା ଅଧିକାରୀ ଓ ବୈଦେଶିକ ମନ୍ତ୍ରାଳୟ ଅଧିକାରୀ ରହିବ ।

ଇଷ୍ଟର୍ଣ୍ଣ ଲଦାଖ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ଉପରେ ଜୋର ଦେବ ଭାରତ । ଯେଉଁଠି ଚୀନେ ସୈନ୍ୟ ଠୁଳ କରିଛି ଓ ପଛକୁ ହଟିବା ଦାବି ରଖିବ ଭାରତୀୟ ସେନା ।

Leave A Reply

Your email address will not be published.