Latest Odisha News

ଦେବୀ ଦୁର୍ଗାଙ୍କୁ କାହିଁକି କୁହାଯାଏ ମହିଷାମର୍ଦିନୀ!

ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି ।

ଏକଦା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଥିଲେ ଦେବତା ମାନେ । ଯାହା ପରେ ସେମାନେ ବ୍ରହ୍ମାଙ୍କ ଶରଣ ପଶିଥିଲେ । ବ୍ରହ୍ମାଙ୍କ କଥା ଅନୁଯାୟୀ ଜଣେ କୁଆଁରୀ କନ୍ୟା ହାତରେ ଦ୍ରେତ୍ୟରାଜର ମୃତ୍ୟୁ ହେବ ବୋଲି ତାଙ୍କୁ ବର ମିଳିଛି । ଏହା ଶୁଣିବା ପରେ ଦେବତା ମାନେ ନିଜ ନିଜ ଶକ୍ତିକୁ ଏକତ୍ର କଲେ ।

ଅଧିକ ପଢନ୍ତୁ- ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ସଂକ୍ଷେପରେ…

ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ଯାହା ପରେ ମାତାଙ୍କୁ ଦୁର୍ଗା ବୋଲି ଅବିହିତ କରାଯାଇଥିଲା ।

ଦେବୀ ଦୁର୍ଗାଙ୍କ ଉଜ୍ୱଳ ରୂପ ତଥା ତେକୁ ଦେଖି ଭୟଭୀତ ହୋଇ ପଡିଥିଲା ଦୈତ୍ୟ ରାଜା । ପରେ ତାହାର ଦୌରାତ୍ମ୍ୟରୁ ଦେବତା ମାନଙ୍କୁ ରକ୍ଷା କରିବାକୁ ଯାଇ ମାତା ତା’ର ସଂହାର କରିଥିଲେ । ଯାହା ପରେ ଦେବୀ ଦୁର୍ଗା ମହିଷାମର୍ଦିନୀ ଭାବେ ପରିଚିତ ହୋଇଥିଲେ ।

୯ଦିନ ଯାଏଁ କାହିଁକି ପାଳିତ ହୁଏ ଏହି ପୂଜା…

କିମ୍ବଦନ୍ତୀ ଅନୁଯାୟୀ ଦେବୀ ଦୁର୍ଗା ମହିଷାସୁରକୁ ଆକ୍ରମଣ କରିବା ସହ ଜଣେ ଜଣେ କରି ଅନ୍ୟ ଅସୁର ମାନଙ୍କୁ ନିହତ କରିବାକୁ ଲାଗିଲେ । ହେଲେ ମଇଁଷି ରୂପ ଧାରଣ କରିଥିବା ମହିଷାସୁରକୁ ମାରିବା ପାଇଁ ଦେବୀଙ୍କୁ ପ୍ରାୟ୯ ଦିନ ଲାଗିଥିଲା । ଯେଉଁଥିପାଇଁ ନବରାତ୍ରୀକୁ ନଅ ଦିନ ପାଳନ କରାଯାଇଥାଏ।

ଅଧିକ ପଢନ୍ତୁ- ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

Leave A Reply

Your email address will not be published.