Latest Odisha News

ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ

ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁ ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗ ଶିକାର ହୋଇଛନ୍ତି। ଏହି ରୋଗର ଚିକିତ୍ସା ପ୍ରାଥମିକ ସ୍ତରରେ କରା ନଗଲେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ।

ଏ ବାବଦରେ ସଚେତନତା ଅବଲମ୍ବନ ନିହାତି ଜରୁରୀ। ଆର୍‌ଥ୍ରାଇଟସ୍‌ ଏକ ଗ୍ରିକ୍‌ ଶବ୍ଦ ‘ଆର୍‌ଥ୍ରୋ’ ଏବଂ ‘ଆଇଟିସ୍‌’ର ମିଶ୍ରଣ। ଅସ୍ଥି ଥିବା ପ୍ରାଣୀମାନଙ୍କଠାରେ ଏହି ରୋଗର ଲକ୍ଷଣ ଅଧିକ ଦେଖାଯାଇଥାଏ।

ଏହାଛଡ଼ା ଡାଏନୋସର୍‌ମାନେ ମଧ୍ୟ ଏହି ରୋଗର ଶିକାର ହୋଇଥିବା ପ୍ରମାଣ ଜୀବାଶ୍ମ ଅଧ୍ୟୟନରୁ ମିଳେ। ୧୭୧୫ରେ ଏ ବାବଦରେ ପ୍ରଥମ ଥର ପାଇଁ ସବିଶେଷ ଅଧ୍ୟୟନ କରିଥିଲେ ୱିଲିଅମ୍‌ ମସ୍‌ଗ୍ରେଭ୍‌।

ଏହା ଉପରେ ସେ ‘ଡି ଆର୍‌ଥ୍ରାଇଡ୍‌ ସିମ୍ପ୍‌ଟୋମେଟିକୋ’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ। ଏ ରୋଗକୁ ନେଇ ଜନସଚେତନା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ।

Leave A Reply

Your email address will not be published.