Latest Odisha News

BREAKING NEWS

ବେଆଇନ ଚାଲାଣ ବେଳେ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ, ୫ ଗିରଫ

କେନ୍ଦଝର: ବେଆଇନ ଚାଲାଣ ସମୟରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ କଲା କେନ୍ଦୁଝର ଅବକାରୀ ବିଭାଗ । ଏହା ସହ ୪ଟି ବୋଲେରୋ ଜବତ କରିଛି ବିଭାଗ । ଘଟଣାରେ ଜଣଙ୍କୁ ଗିରଫ କରିଛି ଟିମ୍ ।

ଖବର ମୁତାବକ, କେନ୍ଦୁଝରରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ପୂର୍ବ ଯୋଜନା ମୁତାବକ ଚଢାଉ କରିଥିଲା । ଚଢ଼ାଉ ସମୟରେ ମହୁଲ ଫୁଲ ଭର୍ତ୍ତି ଏକ ଟ୍ରକରୁ ବିଭିନ୍ନ ସ୍ଥାନକୁ ପଠାଇବା ପାଇଁ ୪ଟି ବୋଲେରୋରେ ଭର୍ତ୍ତି କରାଯାଉଥିଲା । ଏହି ସମୟରେ ମାଡି ବସିଥିଲା ଅବକାରୀ ବିଭାଗ ।

ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଘଟଣାସ୍ଥଳରୁ ଅନ୍ୟ ୨ଜଣ ଫେରାର୍ ହୋଇଯାଇଛନ୍ତି । ବିଭାଗ ପକ୍ଷରୁ ଗିରଫ ୫ ଜଣଙ୍କୁ ପଚରାଉଚରା ଚାଲିଛି । ଅନ୍ୟ ଦୁଇ ଜଣଙ୍କୁ ଗିରଫ ନେଇ ତଦନ୍ତ ଆରମ୍ଭ କରିଛି ଟିମ୍ ।

Leave A Reply

Your email address will not be published.