Latest Odisha News

BREAKING NEWS

ନାମାଙ୍କନପତ୍ର ଦାଖଲ କଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରଣବ । ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ମିଶି ରୋଡ ସୋ’ରେ ଆସିଥିଲେ ବବି ଦାସ । ବାଲିବନ୍ଧରୁ ବାହାଥିବା ଶୋଭାଯାତ୍ରା ପରେ କୁଞ୍ଜେଲପଡ଼ା, ଝାଡୁଆପଦା, ନନ୍ଦପଡ଼ା, ଅଲତାପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ସେପଟେ ପ୍ରଣବ ପ୍ରକାଶ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ନିଶ୍ଚିତ ଯେ ତୁମେ ବିଜୟ ହାସଲ କରିବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବବି ଦାସ । ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ପ୍ରଣବ । ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

Leave A Reply

Your email address will not be published.