Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ । ଆଜି ସକାଳ ୭ଟା ୧୦ ମିନିଟରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୮ । ବ୍ରହ୍ମପୁରଠାରୁ ୭୩ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ ।

ସ୍ୱଳ୍ପ ସମୟ ପାଇଁ ଥରିଥିଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ । ଜିଲ୍ଲାର ଦିଗପହଣ୍ଡି, ପାତ୍ରପୁର, ଚିକିଟି ଆଦି ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକ ଘର ଭିରତରୁ ବାହାରକୁ ଚାଲି ଆସିଥିଲେ ।

ତେବେ ଭୂକମ୍ପକରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ପାରି ନାହଁ ।

Leave A Reply

Your email address will not be published.