Latest Odisha News

୬.୯ ତୀବ୍ରତାରେ ଥରିଲା ଫିଲିପାଇନ୍ସ, ୨୨ ମୃତ

ଫିଲିପାଇନ୍ସ: ମଙ୍ଗଳବାର ରାତିରେ ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ ଘରୁ ପଳାଇଥିଲେ।

ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଫିଲିପାଇନ୍ସ ପ୍ରଦେଶରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ଘର ଏବଂ କୋଠାର କାନ୍ଥ ଭୁଶୁଡ଼ି ପଡ଼ିଥିଲା।ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଅନେକ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି।

ଭୂମିକମ୍ପ ଏକ ପଥର ଚର୍ଚ୍ଚକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା ଏବଂ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ କରିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ପ୍ରଦେଶର ବୋଗୋ ସହରରୁ ୧୭ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ଚର୍ଚ୍ଚର ସମ୍ପୂର୍ଣ୍ଣ କ୍ଷତିର ପରିମାଣ ଆଯାବତ୍ ଜଣାପଡ଼ିନାହିଁ।

ଭୂକମ୍ପର କେନ୍ଦ୍ରସ୍ଥଳ ବୋଗୋରୁ ପ୍ରାୟ ୧୭ କିଲୋମିଟର  ଉତ୍ତର-ପୂର୍ବରେ ଥିଲା। ସେବୁ ପ୍ରଦେଶର ବୋଗୋରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

 

Comments are closed.