Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ଏଟିଏମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋରାପୁଟ: ଦାମୀ ଗାଡିରେ ଆସିଲେ, ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଜାଳିଦେଲେ ଏଟିଏମ୍ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ । ରାତି ପ୍ରାୟ ୩ଟା ୩୦ମି ରୁ ୩ଟା ୪୫ମି ମଧ୍ୟରେ ଏସବିଆଇ ଏଟିଏମରୁ ଚୋରି ହୋଇଛି । ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ ।

ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ ପୋଲିସ ଥାନାଧିକାରୀ ଶବ୍ୟସାଚି ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସିସିଟିଭିରେ ଦୁର୍ବୃତ୍ତ କିଭଳି ଏକ ଦାମୀ କାରରେ ଆସି, ଚୋରି କରିବା ସହ ନିଆଁ ଲଗାଇଥିଲେ ତାହା ଜଣାପଡିଛି । ପୂର୍ବରୁ ବାଲେଶ୍ଵର, ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୋଲିସ ସନ୍ଦେହ କରୁଛି। ବର୍ତମାନ ବାଲଡ଼ା ଶାଖାର ସମସ୍ତ ଅନଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ମଧ୍ୟ ହଇରାଣ ହେଉଛନ୍ତି ।

Leave A Reply

Your email address will not be published.