Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ୨୬ରେ ଛୁଇଁପାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି ସବୁ ଟ୍ରେନ୍ ଭୁବନେଶ୍ୱର ଓ ପୁରୀକୁ ସଂଯୋଗ କରୁଥିଲା ।

ବାତିଲ୍ ହୋଇଥିହା ପ୍ରମୁଖ ଟ୍ରେନ୍ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍, ଭୁବନେଶ୍ୱର ହାୱଡ଼ା ଜଙ୍କସନ୍ ଶତାବ୍ଦୀ ସ୍ପେଶାଲ୍, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ୍, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ୍, ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ୍, ଭୁବନେଶ୍ୱର-ସିକନ୍ଦରାବାଦ ଭିଶାଖା ସ୍ପେଶାଲ୍, ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ୍, ପୁରୀରୁ ଅହମଦାବାଦ-ସୁରଟ ଓ ଆଜମେର ଯାଉଥିବା ଟ୍ରେନ୍, ପୂର୍ବତଟ ରେଳପଥ ଦେଇ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନକୁ ଯାଉଥିବା ଟ୍ରେନକୁ ବାତିଲ୍ କରାଯାଇଛି ।

Leave A Reply

Your email address will not be published.