Latest Odisha News

କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଆସନର ଦୁଇଟି ବୁଥରେ ପୁନଃ ମତଦାନ ହେବ। ବିଜେପି ଏହାକୁ ନେଇ ଦାବି କରିବାର କିଛି ଘଣ୍ଟା ପରେ ଆଜି ନିର୍ବାଚନ କମିଶନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପୁନଃମତଦାନ ଆଦେଶ ଜାରି କରାଯାଇଛି।

ଆସନ୍ତା ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୁଇଟି ବୁଥରେ ମତଦାନ ହେବ। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ୍ ର ଭୋଟରଙ୍କୁ ପୁନଃମତଦାନ ସମ୍ପର୍କରେ ଅବଗତ କରାଇବାକୁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ପୁନଃ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଦଳ ଅଭିଯୋଗ କରିଛି ଯେ ମେ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୯ ନମ୍ବର ବୁଥ୍ କୁ ବିଜେଡି କର୍ମୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଦଖଲ କରିଥିଲେ।

Leave A Reply

Your email address will not be published.