Latest Odisha News

BREAKING NEWS

ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲ ପ୍ଲେ ଅଫ ଦୌଡରୁ ବାଦ ପଡିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଆଲୋଚନା ଜୋର ଧରିଛି । ଆଗାମୀ ସଂସ୍କରଣ ପୂର୍ବରୁ ମେଗା ନିଲାମ ହେବ । ଧୋନୀଙ୍କ ଅବସର ସମ୍ପର୍କରେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଡ୍ରେସିଂ ରୁମରେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନି । ସିଏସକେ ମ୍ୟାନେଜମେଂଟ କେବେ ବି ଧୋନୀଙ୍କୁ ତାଙ୍କ ଭବିଷ୍ୟତ ସମ୍ପର୍କରେ କିଛି ପଚାରିନି । ଧୋନୀ ଯାହା ନିଷ୍ପତି ତାହା ଆମେ ଗ୍ରହଣ କରିବୁ । ଆମେ ଏଥିରେ ମୁଣ୍ଡ ଖେଳାଇବାରେ କୌଣସି ଆବଶ୍ୟକତା ନାହିଁ ।

ଚେନ୍ନାଇକୁ ୫ ଥର ଚାମ୍ପିୟନ କରାଇଥିବା ଧୋନୀଙ୍କ ବଦଳରେ ଏଥର ରିତୁରାଜ ଗାଏକ୍ୱାଡ ଦଳର ନେତୃତ୍ୱ ନେଇଥିଲେ । ଚେନ୍ନାଇ ୭ ବିଜୟ ଓ ୭ ପରାଜୟ ସହ ୧୪ ପଂଏଟ ହାସଲ କରି ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା । ଆଘାତ ସମସ୍ୟା ଯୋଗୁ ଧୋନୀ ନିମ୍ନ ଭାଗରେ ବ୍ୟାଟିଂ କରିବାକୁ ଆସି ସମାଲୋଚିତ ହୋଇଥିଲେ । ଏବେ ସେ ଲଣ୍ଡନରେ ଅସ୍ତ୍ରୋପଚାର କରିବାକୁ ଯିବେ । ଯଦି ସବୁ କିଛି ଠିକଠାକ ରୁହେ ତେବେ ସେ ଆଇପିଏଲର ଆଗାମୀ ସଂସ୍କରଣରେ ଖେଳିବା ସମ୍ଭାବନାକୁ ଏଡେଇ ଦେଇ ହେବନି ।

Leave A Reply

Your email address will not be published.