Latest Odisha News

BREAKING NEWS

କରୋନା ଭୟ: OLA ଓ UBERର ‘ସେୟାର ରାଇଡ’ ସେବା ବନ୍ଦ

ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍‌’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
‘ସେୟାର ରାଇଡ୍‌’ରେ ଗୋଟିଏ ଟ୍ୟାକ୍ସିରେ ଅନେକ ବ୍ୟକ୍ତି ଏକାଥରକେ କମ୍ ଟଙ୍କାରେ ଯାତ୍ରା କରି ପାରୁଥିଲେ । କିନ୍ତୁ ଏବେ ଏହି ସେବାକୁ ବନ୍ଦ କରାଯାଇଛି । ଏନେକ ଓଲା କମ୍ପାନୀ ସୂଚନା ଦେଇଛି । କରୋନା ଭାଇରସକୁ ରୋକିବା ପାଇଁ ସାମୟିକ ଦୂରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି ।
ତେବେ କମ୍ପାନୀର ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ ଓ ଆଉଟ୍ ଷ୍ଟେସନ ସେବା ଜାରି ରହିବ ବୋଲି କହିଛନ୍ତି। ସେହପରି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉବେର କର୍ତ୍ତୃପକ୍ଷ।

Leave A Reply

Your email address will not be published.