Latest Odisha News

BREAKING NEWS

ତୃତୀୟ ଥର ଲାଗି ପୂର୍ବତଟ ରେଳପଥକୁ ମିଳିବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମିଳିଛି ସମ୍ମାନୀୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -୨୦୨୦ ଗ୍ରହଣ କରିବ।

ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ ହେବ ବୋଲି ସୂଚନା ମିଳିଛି।

ପୂର୍ବ ତଟ ରେଳବାଇ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛି। ଏହାପୂର୍ବରୁ, ପୂର୍ବ ତଟ ରେଳପଥ ୨୦୦୮-୦୯ ଏବଂ ୨୦୧୫-୧୬ ରେ ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ ଗ୍ରହଣ କରିଥିଲା।

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ସ୍ମରଣୀୟ ପାଇଁ ପ୍ରତିଷ୍ଠିତ ଏହି ଶୀଲଡ଼ ପ୍ରତିବର୍ଷ ଜୋନାଲ ରେଳବାଇକୁ ଦିଆଯାଏ, ଯାହାର ପ୍ରଦର୍ଶନ ସମସ୍ତ ଜୋନାଲ ରେଳବାଇ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

ତେବେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ଶୀଲଡ଼କୁ ପୂର୍ବ ତଟ ରେଳବାଇକୁ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ହସ୍ତାନ୍ତର କରିବେ।

ରାଜସ୍ୱ ଏବଂ ରୋଜଗାର, ସାମଗ୍ରୀ ଟ୍ରାଫିକ୍, ଟ୍ରେନର ସମୟାନୁବର୍ତ୍ତୀତା, ଯାତ୍ରୀବାହୀ ଯାତାୟାତ, ପ୍ରତି ମିଲିୟନ୍ ଟ୍ରେନ୍ କିଲୋମିଟର ପ୍ରତି ଟ୍ରେନ୍ ଦୁର୍ଘଟଣା, ମରାମତି କର୍ମଶାଳାର କ୍ଷମତାର ଉପଯୋଗ, କୋଚ୍ ପ୍ରଦର୍ଶନ, ଶକ୍ତି ବ୍ୟବହାର, ରେଳ ଷ୍ଟକ୍ ବ୍ୟବହାର, ଅପରେଟିଂ ଅନୁପାତ, ମାନବ ଶକ୍ତିରେ ଅର୍ଥନୀତି, ସିଗନାଲ୍/ଟେଲିକମ୍ ଉପକରଣର କାର‌୍ୟ୍ୟ, ଟ୍ରାକ୍ ନବୀକରଣର ଅଗ୍ରଗତି, ଷ୍ଟକ୍ ବ୍ୟବହାର, ଟ୍ରାକ୍ ମେସିନର କାର୍ଯ୍ୟ ଦକ୍ଷତା, ଟିକେଟ୍ ଯାଞ୍ଚ, ପ୍ରମୁଖ କାର୍ଯ୍ୟ ଗୁଡ଼ିକର ଠିକ୍ ସମୟରେ ସମାପ୍ତି, ରୋଜଗାର ଏବଂ ସ୍କ୍ରାପ୍ ନିଷ୍କାସନ ଇତ୍ୟାଦି ଆଧାରରେ ଏହି ପୁରସ୍କାର ଚୟନ ମାନଦଣ୍ଡ ଉପରେ ଆଧାରିତ।

୨୦୧୯-୨୦୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୮୫ ନିୟୁତ ଟନ୍ ମାଲ ପରିବହନ କରିଥିଲା, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୪.୭୩ ଶତକଡା ବୃଦ୍ଧି ଘଟିଥିଲା।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ ମଧ୍ୟ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ସମାରୋହରେ ଟ୍ରାଫିକ୍ ପରିବହନ ସିଲ୍ଡ, ଆକାଉଣ୍ଟସ୍ ଏବଂ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଲ୍ଡ ଏବଂ ସେଲ୍ସ ମ୍ୟାନେଜମେଣ୍ଟ ସିଲ୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

Leave A Reply

Your email address will not be published.