Latest Odisha News

BREAKING NEWS

ଆପ ବିଧାୟକ ଅମାନତୁଲ୍ଲାହ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣଙ୍କ ପରେ ଜଣେ ନେତା ଗିରଫ ହେବାରେ ଲାଗିଛନ୍ତି । ଯାହାକୁ ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଧାୟକ ଅମାନତୁଲ୍ଲାହଙ୍କୁ ଗୁରୁବାର ଇଡି ଗିରଫ କରିଛି । ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବାରୁ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବରୁ ତାଙ୍କୁ ଇଡିରେ ହାଜର ହେବା ପାଇଁ କୁହା ଯାଇଥିଲା । ୯ ଘଂଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ୱାକଫ ବୋର୍ଡର ଚେୟାରମ୍ୟାନ ଥିବା ବେଳେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ସେ ଏହା ବ୍ୟତୀତ ବୋର୍ଡର ଅନେକ ସମ୍ପତିକୁ ବେଆଇନ ଭାବେ ଭଡା ଲଗାଇବା ଓ ପାଣ୍ଠି ହଡପ କରିବା ଅଭିଯୋଗ ମଧ୍ୟ ହୋଇଛି ।

ଦିଲ୍ଲୀ ୱାକଫ ବୋର୍ଡର ସେ ସମୟର ସିଇଓ ଏ ଭଳି ବେଆଇନ ନିଯୁକ୍ତି ବିରୋଧରେ ବିବୃତି ଦେଇଛନ୍ତି । ୨୦୨୨ରେ ଏସିବି ମଧ୍ୟ ତାଙ୍କୁ ପଚରା ଉଚରା କରିଥିଲା । ପରେ ଏହାକୁ ଆଧାର କରି ୪ଟି ସ୍ଥାନରେ ଚଢ଼ାଉ କରି ୨୪ ଲକ୍ଷ ଟଙ୍କା ଜବତ କରିଥିଲା । ତାଙ୍କ ନିକଟରୁ ୨ଟି ବେଆଇନ ବନ୍ଧୁକ ଏବଂ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ମଧ୍ୟ ଜବତ କରାଯାଇଥିଲା ।

Leave A Reply

Your email address will not be published.