Latest Odisha News

BREAKING NEWS

ଆଈ ହେବେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ନୀନା ଗୁପ୍ତା ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି । ତାଙ୍କ ଝିଅ ମସାବା ଗୁପ୍ତା ଗର୍ଭବତୀ ଥିବା ସେ ଜଣାଇଛନ୍ତି । ମସବା ତାଙ୍କ ପତି ସତ୍ୟଦୀପ ମିଶ୍ରଙ୍କ ସହ ବେବି ବମ୍ପ ଦେଖାଇ ଫଟୋ ମଧ୍ୟ ଶେୟାର କରିଛନ୍ତି । ମସବା ଓ ସତ୍ୟଦୀପ ଗତ ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ୨୦୧୫ରେ ମସବା ପ୍ରଡ୍ୟୁସର ମଧୂ ମେଂଟନାଙ୍କ ସହ ବିବାହ କରିଥିଲେ । ୨୦୧୮ରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ଉଭୟ ଅଲଗା ରହିଥିଲେ । ସେ ପରେ ଅଦିତି ରାଓ ହାଇଦ୍ରିଙ୍କ ପୂର୍ବତନ ପତି ତଥା ଅଭିନେତା ସତ୍ୟଦୀପଙ୍କୁ ବିବାହ କରିଥିଲେ । ସୂଚନାଯୋଗ୍ୟ, ମସବାଙ୍କ ମାଆ ତଥା ନୀନା ଗୁପ୍ତା ଆଇଆଇଟି ଦିଲ୍ଲୀରେ ପଢ଼ିଥିବା ଅମ୍ଳାନ କୁସମ ଘୋଷଙ୍କୁ ବିବାହ କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ ଏହି ବିବାହ ଭାଙ୍ଗି ଯାଇଥିଲା ।

ଏହା ପରେ ପଣ୍ଡିତ ଜସରାଜଙ୍କ ପୁଅ ଶାରଙ୍ଗଦେବଙ୍କ ସହ ନିର୍ବନ୍ଧ ହୋଇଥିଲା । ଏହା ମଧ୍ୟ ବେଶୀ ଦିନ ତିଷ୍ଠି ନ ଥିଲା । ନୀନା ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡ୍ସଙ୍କ ସହ ସମ୍ପର୍କରେ ରହିଥିଲେ । ମସବା ସେମାନଙ୍କ ଝିଅ । ରିଚାର୍ଡ୍ସ ବିବାହ କରିଥିବାରୁ ନୀନା ସିଙ୍ଗଲ ମଦର ହେବାକୁ ପସନ୍ଦ କରିଥିଲେ । ୨୦୦୮ରେ ନୀନା ସିଏ ବିବେକ ମେହେରାଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.