Latest Odisha News

BREAKING NEWS

ଗାଁକୁ ନାହିଁ ରାସ୍ତା; ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ସମ୍ୱଲପୁର: ରାଜ୍ୟରେ ଅନେକ ସମୟରେ ଆମ୍ବୁଲାନ୍ସ ନିମିଳିବାରୁ ରୋଗୀ ହୁଅନ୍ତୁ ବା ଗର୍ଭବତୀ ଖଟିଆରେ ବୁହାହୋଇ ମେଡିକାଲ ଯାଉଥିବାର ଖବର ପ୍ରାୟ ସାମ୍ନାକୁ ଆସୁଛି । ଆଜି ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ହେଲେ ଏଠି ଆମ୍ବୁଲାନ୍ସ ଆସିଛି ସତ ହେଲେ ଗାଁ ଭିତରକୁ ପ୍ରବେଶ କରିପାରିନି, କାରଣ ଗାଁ କୁ ରାସ୍ତା ନାହିଁ । ଯେଉଁକାରଣରୁ ଖଟିଆରେ ବୁହାହୋଇ ରୋଗୀ ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି ।

ଏଭଳି ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ବ୍ରାହ୍ମଣୀପାଲି ଗାଁରେ । ଗାଁର ସଂଜିତା ଲୁଗୁନ୍ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା । ଆମ୍ବୁଲାନ୍ସ ମଧ୍ୟ ଆସିଥିଲା ହେଲେ ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି । ରୋଗୀଙ୍କ ଘରଠାରୁ ଦେଢ କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ ।

ଫଳରେ ରୋଗୀଙ୍କ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ପରେ ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ଷ୍ଟ୍ରେଚର ଧରି ଆସି ସେମାନଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ଜିଲ୍ଲା ରୋଗୀ ସଂଜିତା ଲୁଗୁନ୍ ଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେଠାରେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ତେବେ ସରକାର ଗ୍ରାମାଞ୍ଚଳର ବିକାଶ କୁ ନେଇ ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତରେ କେତେ କାର୍ଯ୍ୟକ୍ଷମ ହୋଇଛି ତାହା ଏହି ଘଟଣାରୁ ସ୍ପଷ୍ଟ ବୁଝାପଡୁଛି ।

Leave A Reply

Your email address will not be published.