Latest Odisha News

BREAKING NEWS

ଭାରତର ସାନ୍ତ୍ୱନାମୂଳକ ବିଜୟ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଲା

କାନବେରା: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟରେ ଭାରତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୩ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରି କିଛିଟା ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ସିରିଜ ଜିତିନେଇଛି ।  ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୯୨ ରନ, ରବୀନ୍ଦ୍ର ଜାଡେଜା ୬୬ ଓ ଅଧିନାୟକ ବିରାଟ କୋହଲି ୬୩ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୦୨ ରନ କରିଥିଲା ।

୩୦୩ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଆରନ ଫିଞ୍ଚ୍ (୭୫ରନ), ଗ୍ଲେନ ମାକ୍ସଓ୍ବେଲ( ୫୭ରନ) ଓ ଆଲେକ୍ସ କ୍ୟାରେ (୩୮ରନ) ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ମ୍ୟାଚକୁ ମୁକାବିଲା ସ୍ଥିତିକୁ ନେଇଯାଇଥିଲେ । ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୩ଟି, ଯଶପ୍ରୀତ ବୁମରା ଓ କେ.ନଟରାଜନ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.