Latest Odisha News

BREAKING NEWS

Odisha flood:କାହିଁକି ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC

ଭୁବନେଶ୍ୱର:ମହାନଦୀ ସହ ଅନ୍ୟ ନଦୀମାନଙ୍କରେ ବନ୍ୟା ଆଶଙ୍କା ଟଳିଛି । ସ୍ଥିତି ସମୀକ୍ଷା କରି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଏହା ସହ କେଉଁ କାରଣ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସ୍ପଷ୍ଟ କରିଛନ୍ତି ଇଆଇସି ।

ବନ୍ୟା ସ୍ଥିତିକୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି,”ଜୁନରେ ୪୭ ପ୍ରତିଶତ କମ୍ ବର୍ଷା ହୋଥିଲା। ତେଣୁ ରିଜର୍ଭରଗୁଡ଼ିକରେ କିଛି ପାଣି ରଖାଯାଇଥିଲା । ମାତ୍ର
ଜୁଲାଇରେ କିନ୍ତୁ ସ୍ବାଭାବିକଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ହୋଇଛି। କିଛି ସ୍ଥାନରେ କମ୍ ସମୟ ମଧ୍ୟରେ ୨ଶହ ମିମି ବର୍ଷା ହୋଇଥିଲା। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି । ବୈତରିଣୀରେ କିନ୍ତୁ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ ।”

ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଆମର ଅଧିକ ଫୋକସ ମହାନଦୀ ଏବଂ ହୀରାକୁଦ ଉପରେ ରହିଛି । ୨୨ଟି ଗେଟ୍ ଖୋଲା ଯାଇଥିଲା । ଆଜି ୧୨ଟା ସୁଦ୍ଧା ହୀରାକୁଦ ୱାଟର ଲେବୁଲ୍ କମିଛି । ବର୍ତ୍ତମାନ ତାହା ୬୨୩.୬୯ ଫୁଟରେ ଅଛି । ଏହା ଧୀରେ ଧୀରେ କମୁଛି । ଆକଳନ ସୁଦ୍ଧା ୪ତାରିଖ ଭିତରେ ଏହାକୁ ଆମେ ୬୧୫ ଫୁଟ୍ କମାଇବୁ । ହୀରାକୁଦ ଜଣଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୩ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ଡ୍ୟାମରୁ ନିଷ୍କାସିତ ହେଉଛି । ଯେତିକି ଜଳ ଆମେ ପାଉଛେ ଜଳଭଣ୍ଡାର ଭିତରକୁ ତାର ଦେଢଗୁଣା ଜଳ ଆମେ ନିଷ୍କାସିତ କରୁଛୁ । ତେଣୁ ହୀରାକୁଦ ଜଳ ଧୀରେ ଧୀରେ କମୁଛି ।

 

Leave A Reply

Your email address will not be published.