Latest Odisha News

BREAKING NEWS

ଥାନାରେ ସାମ୍ବାଦିକଙ୍କୁ ଏ କି ନିର୍ଯାତନା ?

ଭୋପାଳ: ଗୋଟିଏ ପଟେ ନୀଳିଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ ଉପରେ ବେଡି ପକାଇବା ପରେ ପୁଲିସର ବର୍ବରତା ସାମ୍ନାକୁ ଆସିଛି  । ଏହାକୁ ନେଇ ରାଜ୍ୟରେ ସବୁଆଡୁ ନୀଳଗିରି ଥାନାର ଆଇଆଇସି ଦୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି

ଅନ୍ୟପଟେ ଆଉ ଏକ ଫଟୋ ସୋଶିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଠି ଥାନାରେ ସାମ୍ବାଦିକଙ୍କୁ ଉଲଗ୍ନ କରି ଦଣ୍ଡିତ କରାଯାଇଛି। ଏହି ଘଟଣା ମଧ୍ୟପ୍ରଦେଶର । ଏପ୍ରିଲ ୨ ତାରିଖ ଦିନ ସିଦ୍ଧି ଜିଲ୍ଲାର କୋଟଓ୍ୱାରୀ ଥାନା ଅଧୀନରେ ଆସୁଥିବା ଏକ ସ୍ଥାନରେ କିଛି ଲୋକ ସ୍ଥାନୀୟ ଲୋକ ବିଜେପି ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ସ୍ଥାନୀୟ ପୁଲିସ ତାଙ୍କୁ ଥାନାକୁ ଉଠାଇ ଆଣି ତାଙ୍କର ପ୍ୟାଣ୍ଟ, ସର୍ଟ ଓହ୍ଲାଇ ଦେଇଥିଲା। ସୋଶିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ମଧ୍ୟ ପ୍ରଦେଶ ସରକାର ଦୁଇ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏସପି କହିଛନ୍ତି, ସୁରକ୍ଷା ଦୃଷ୍ଟିକୋଣରୁ ଏପରି କରାଯାଇଥିଲା।

ତେବେ ଗିରଫ ୧୦ ଜଣଙ୍କ ମଧ୍ୟରେ ଥିବା ସାମ୍ବାଦିକ କନିଷ୍କ ତିଓ୍ୱାରୀ କହିଛନ୍ତି, ସେ ଓ ତାଙ୍କର କ୍ୟାମେରାମ୍ୟାନ ବିଜେପି ବିରୋଧରେ ହେଉଥିବା ଏକ ଆନ୍ଦୋଳନକୁ ଖବର ସଂଗ୍ରହ କରିବାକୁ ଯାଉଥିଲେ । ଏହି ସମୟରେ ବିଜେପି କର୍ମୀ ତାଙ୍କୁ ଅଟକାଇବା ସହିତ ସ୍ଥାନୀୟ ବିଜେପି ବିଧାୟକଙ୍କ ବିରୋଧରେ ଖବର ପ୍ରସାରଣ ନକରିବାକୁ ତାଗିଦ କରିଥିଲେ। ଏହାପରେ ପୁଲିସ ୧୦ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। କ୍ୟାମେରାମ୍ୟାନ ଏବଂ ଅନ୍ୟ ଜଣଙ୍କୁ ଛାଡିଦେଇଥିଲା । ପରେ ପୁଲିସ ବାକି ୮ ଜଣଙ୍କୁ ଉର୍ଦ୍ଦଲଗ୍ନ କରିଥିଲା ବୋଲି ସେ କହିଛନ୍ତି। ତେବେ ମଧ୍ୟପ୍ରଦେଶ ପୁଲିସ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.