Latest Odisha News

BREAKING NEWS

କବିତା : ଚଇତି ଜହ୍ନ

କବିତା : ଚଇତି ଜହ୍ନ

ବଳରାମ ପୂଜାରୀ

ଅନେକ କଡଲେଉଟା ନିଦ
ଏଇଠି ଅପହୃତ ?
ଫେରିଯାଅ ତାରାମାନେ
ଏବେ ତୁମର ଫୁଟିବାର
ସମୟ ଅତିକ୍ରାନ୍ତ ?
ଜହ୍ନକୁ ପଚାର !
ଚଇତି ଫର୍ଚ୍ଚା ଆକାଶଟା
ଏବେ କାହିଁ ?
ବାରୁଦ ବାରୁଦ ବା ସେ
ପୁରା ଅନ୍ଧାରଟା ,
ଏଠି ନିଲାମ
ଯୁଦ୍ଧର ଯଜ୍ଞରେ ?

ଘଡି ମାରି ଉଦି ଥିବା ଜହ୍ନଟି ଯେ
କେତେବେଳେ
ଅପହରଣ ନ ହେବ ?
କିଏ କହିବ !!

ଏଠି ,
ଚଗଲୀ ଚଇତ
ଅଣନିଶ୍ବାସୀ ଜଙ୍ଗଲୀ ନିଆଁରେ,
ସବୁତକ ପରମାୟୁ ମୃତ୍ୟୁ ମୁହାଁ
ଏବେ, ସବୁତକ ତଥାସ୍ତୁ,
ପୋଡା ବାସ୍ନାର ଜହ୍ନ ରାତି ?

କୁଡୁମୁଲୁଗୁମ୍ମା ମାଲକାନଗିରି
୯୬୬୮୬୮୮୪୭୪

Leave A Reply

Your email address will not be published.