Latest Odisha News

BREAKING NEWS

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ୪ଟି ପରିବାରର ୮ ବଖରା ଜଳି ପାଉଁଶ

ଭଦ୍ରକ : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଖଡିମାହାରା ଗାଁରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୮ ବଖରା ଘର ଜଳି ଧୂଳିସାତ ହୋଇପଡିଛି ।

ସୂଚନା ଅନୁଯାୟୀ ଗିକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଖଡିମାହାରା ଗାଁରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିଯୋଗୁଁ ୪ଟି ପରିବାରର ପାଖାପାଖି ୮ ବଖରା ଘର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଘଟଣରେ ଘରର ସମସ୍ତ ଆସବାବପତ୍ର ଜଳି ନଷ୍ଟ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.