Latest Odisha News

BREAKING NEWS

ପ୍ରତିଭା ରାୟ ‘ଭାରତୀୟ ଜ୍ଞାନପୀଠ’ ଚୟନ ବୋର୍ଡ଼ ଅଧ୍ୟକ୍ଷା

ଭୁବନେଶ୍ୱର : ପ୍ରସିଦ୍ଧ ଓଡିଆ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ଭାରତୀୟ ଜ୍ଞାନପୀଠ ଚୟନ ବୋର୍ଡର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି ।

ପ୍ରଥିତଯଶା ସାହିତ୍ୟିକା ପ୍ରତିଭା ରାୟ ୨୦୧୧ ମସିହାରେ ପ୍ରଥମ ଓଡିଆ ମହିଳା ଓ ଚତୁର୍ଥ ଓଡିଆ ଭାବେ ଜ୍ଞାନପୀଠ ସମ୍ମାନ ଲାଭ କରିଥିଲେ । ସେ ତାଙ୍କର ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’ ନିମନ୍ତେ ମଧ୍ୟ ୧୯୯୧ ମସିହାରେ ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ପ୍ରଥମ ଓଡିଆ ମହିଳା ଭାବେ ‘ଜାତୀୟ ମୂର୍ତ୍ତିଦେବୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସାହିତ୍ୟିକା ପ୍ରତିଭା ରାୟ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣାଶୁଣା ଗାନ୍ଧୀବାଦୀ ତଥା କବି ପର୍ଶୁରାମ ଦାସଙ୍କ କନ୍ୟା । ଏଥିସହିତ ତାଙ୍କର ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ୧୯୭୪ ମସିହାରେ ପ୍ରକାଶିତ ହୋଇଥିଲା ।

ଅନ୍ୟ ସାହିତ୍ୟିକ କୃତି ମଧ୍ୟରେ ରହିଛି- ‘ବର୍ଷା ବସନ୍ତ ବୈଶାଖ’ (୧୯୭୪), ଅରଣ୍ୟ (୧୯୭୭), ନିଷିଦ୍ଧ ପୃଥ୍ୱୀବି (୧୯୭୮), ପରିଚୟ (୧୯୭୯), ଅପରିଚିତ (୧୯୭୯), ପୁଣ୍ୟତୋୟା (୧୯୭୯), ମେଘମେଦୁର (୧୯୮୦), ଆଶାବାରି (୧୯୮୦), ଅୟମାରମ୍ଭ (୧୯୮୧), ନୀଳତୃଷ୍ଣା (୧୯୮୧), ଏବଂ ସମୁଦ୍ରର ସ୍ୱର (୧୯୮୨) ମସିହାରେ ପ୍ରକାଶ ପାଇଥିଲା ।

ଏହି ସାରସ୍ୱତ ସାଧିକା ତାଙ୍କର ପୁସ୍ତକ ଶିଳାପଦ୍ମ ଲାଗି ୧୯୮୫ ମସିହାରେ ‘ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ତଥା ୧୯୯୦ ମସିହାରେ ତାଙ୍କର ‘ଯାଜ୍ଞସେନୀ’ ପୁସ୍ତକ ନିମନ୍ତେ ‘ସାରଳା ପୁରସ୍କାର’ ପାଇଥିଲେ ।

Leave A Reply

Your email address will not be published.