Latest Odisha News

BREAKING NEWS

ଲଖିମପୁର ଖେରି ହିଂସା; ଶେଷରେ ପୋଲିସ ସାମ୍‌ନାରେ ହାଜର ହେଲେ ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ଅଭିଯୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ହାଜର ହୋଇଥିବା ସୂଚନା ମିଳିଛି। କିଛି ସମୟ ପରେ କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରିବ। ସମସ୍ତ ପ୍ରଶ୍ନର ଏକ ତାଲିକା ତାଙ୍କ ସାମ୍ନାରେ ରଖାଯିବ।

ଯାହାର ଉତ୍ତର ଆଶିଷଙ୍କୁ ଦେବାକୁ ପଡିବ। ଆଶିଷଙ୍କୁ ଗିରଫ କରାଯିବ କି ନାହିଁ ତାହା ପୋଲିସ ସ୍ଥିର କରିବ। ଯଦିଓ ତାଙ୍କୁ ଗତକାଲି (ଶୁକ୍ରବାର) ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିନଥିଲେ।

ଏଥି ସହ ପୋଲିସ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଛି। ଏହାପୂର୍ବରୁ ଗତକାଲି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମଧ୍ୟ ଖେରୀରେ ପହଞ୍ଚିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ ହେବା ପର୍ଯ୍ୟନ୍ତ ନିରବତା ପାଳନ କରିବା ବିଷୟରେ ସିଦ୍ଧୁ କହିଥିଲେ।

ତେବେ ଏହି ଘଟଣାକୁ ନେଇ ସୂପ୍ରିମ୍‌କୋର୍ଟ ମଧ୍ୟ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଥିଲେ। ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ସେ ସନ୍ତୁଷ୍ଟ ନଥିବା ମଧ୍ୟ କହିଥିଲେ।

Leave A Reply

Your email address will not be published.