Latest Odisha News

BREAKING NEWS

ରାଜଧାନୀରେ ଦମ୍ପତିଙ୍କୁ ଘରେ ବନ୍ଦ କରି ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠସ୍ଥ ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ କିଛି ଦୁବୃର୍ତ୍ତ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇଙ୍କ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ପାଖାପାଖି ୫ ରୁ ୭ ଜଣ ଲୁଟେରା ଘର ପଛପଟ ଝରକା ଭାଙ୍ଗି ଭିତରେ ପଶିଥିଲେ । ଅଚାନକ ଶବ୍ଦ ଶୁଣୀ ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠିପଡିବାରୁ ଦୁବୃର୍ତ୍ତମାନେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ ।

ପରେ ଘରେ ଥିବା ସୁନା ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ । ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ ।

ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.