Latest Odisha News

BREAKING NEWS

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଅଗିରାଗାଡିଆ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ ଗ୍ରାମ ମଧ୍ୟରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା । ଏହାଫଳରେ ନିଆଁର ବଳୟ ମଧ୍ୟରେ ପ୍ରାୟ ୧୫ ବଖରା ଘର, ଛେଳି ଓ ଗୋରୁଗାଈ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ଜଣାପଡିଛି ।

ଏନେଇ ଗ୍ରାମବାସୀ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରିଛନ୍ତି ଅଗ୍ନିଶମ କର୍ମଚାରୀ ।

Leave A Reply

Your email address will not be published.