Latest Odisha News

BREAKING NEWS

କ୍ରିକେଟରୁ ଅବସର ନେଲେ ନଟରାଜ ବେହେରା

ଭୁବନେଶ୍ୱର: ଓଡିଶା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ହଳଧର ଦାସ ଅବସର ନେବାର ଗୋଟିଏ ଦିନ ପରେ ପୂର୍ବତନ ଓଡିଶା ରଣଜୀ ଖେଳାଳି ନଟରାଜ ବେହେରା ମଧ୍ୟ ସୋମବାର ଦିନ ସମସ୍ତ ପ୍ରକାର କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି ।

ଅବସର ସମ୍ପର୍କୀତ ଏକ ଚିଠି ସେ ଓସିଏ ନିକଟକୁ ପଠାଇଛନ୍ତି । ମୋ ଠାରୁ ଓସିଏ ବହୁତ କିଛି ଆଶା କରୁଥିଲା, ଗତ କିଛିଦିନ ହେବ ଫିଟନେସ୍ ଜନିତ ସମସ୍ୟା କାରଣରୁ ମୁଁ ଭଲ ପରଫର୍ମାନ୍ସ କରିପାରୁନାହିଁ । ସେଥିପାଇଁ ମୋ ଅବସର ନେଇ ଓସିଏକୁ ଏକ ଚିଠି ମାଧ୍ୟମରେ ଅବଗତ କରାଇଛି ବୋଲି ନଟରାଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.