Latest Odisha News

BREAKING NEWS

ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା, ବୋମାମାଡ ସହ ଉତ୍ତେଜନା

ଯାଜପୁର : ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା । ବରୀ ଶେରପୁର ପଞ୍ଚାୟତର ଶ୍ରୀରାମପୁର ଗାଁର ୧୦ ଓ ୧୧ ନମ୍ବର ବୁଥରେ ବୋମାମାଡ଼ ସହ ଉତ୍ତେଜନା ପ୍ରକାଶ ପାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବରୀ ବ୍ଲକରେ ଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ କଡ଼ା ସୁରକ୍ଷା ପରେ ବି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ସକାଳୁ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିଲା । କିନ୍ତୁ ସାମାନ୍ୟ ବଚସାରୁ ଗଣ୍ଡଗୋଳ ସହ ମାରପିଟ ଆରମ୍ଭ ହୋଇଥିଲା । ଯାହାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ବୋମାମାଡ଼ । ଯେଉଁଥିରେ ୧୦ ଓ ୧୧ ନମ୍ବର ବୁଥରେ ଥିବା ପୁଲିଂ ପାର୍ଟିର ଗାଡି ଉପରକୁ ବୋମାମାଡ଼ କରିବାକୁ ପଛାଇ ନଥିଲେ ଦୁର୍ବୃତ୍ତ । ବୋମାମାଡ଼ରେ ପୁଲିଂ ପାର୍ଟି ଗାଡିର ମିରର ଭାଙ୍ଗିବା ସହ ବୋମାର ବାରୁଦ ଗାଡି ଭିତରେ ପଡିଥିବା ଦେଖିବାକୁ ମିଳିଛି । ପାଖାପାଖି ୫ରୁ ୬ଟି ବୋମା ବୁଥର ଚାରି ପାଖକୁ ଫିଙ୍ଗି ଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଯାଜପୁର ଅତିରିକ୍ତ ଏସପିଙ୍କ ସହ ୧ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯାଇଥିଲା ।

Comments are closed, but trackbacks and pingbacks are open.