Latest Odisha News

BREAKING NEWS

ନାଟକର ଅବସାନ, ଦିଲ୍ଲୀରେ ମିଳିବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜୁଳି ସବସିଡକୁ ନେଇ ଆମ ଆଦମୀ ପାର୍ଟି ସରକାର ଓ ଏଲଜି ବିବାଦ ଥମି ଯାଇଛି । ଶୁକ୍ରବାର ଉପ ରାଜ୍ୟପାଳ ଭିକେ ସକ୍ସେନା ବିଜୁଳି ସବସିଡ ଫାଇଲକୁ ମଂଜୁରୀ ଦେଇଛନ୍ତି । ଏଲଜି ସିଧାସଳଖ ଭାବେ କହିଛନ୍ତି ଏହାକୁ ନେଇ ନାଟକ କରିବାର କୌଣସି ଆବଶ୍ୟକତା ନ ଥିଲା । ବିଜୁଳି ସବସିଡର ସମୟ ସୀମା ଏପ୍ରିଲ ୧୫ ପର୍ଯ୍ୟନ୍ତ ଥିଲା । ଏତେ ଦିନ ଧରି କାହିଁକି ଏହାକୁ ପକେଇ ରଖା ଯାଇଥିଲା । ୧୧ ତାରିଖରେ ମୋ ପାଖକୁ ଫାଇଲ ଆସିଲା । ୧୩ରେ ପତ୍ର ଲେଖିବା ଏବଂ ଆଜି ପ୍ରେସ କନଫେରେନ୍ସ କରି ନାଟକ କରିଥିଲେ । ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ଦିଲ୍ଲୀର ୪୬ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଏହାର ଫାଇଦା ପାଇପାରିବେ ।

ଏପ୍ରିଲ ୧୫ରୁ ବିଜୁଳି ସବସିଡ ବନ୍ଦ ହୋଇପାରେ ବୋଲି ଶକ୍ତିମନ୍ତ୍ରୀ ଆତିଶୀ ତରବରିଆ ଭାବେ ଏକ ପ୍ରେସ କନଫେରେନ୍ସ କରି ଘୋଷଣା କରିଥିଲେ । ସେ ଏଥିପାଇଁ ଦିଲ୍ଲୀ ଏଲଜି ଭିକେ ସକ୍ସେନାଙ୍କୁ ପରୋକ୍ଷରେ ଦାୟର କରିଛନ୍ତି । ଉପ ରାଜ୍ୟପାଳ ଏ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ସବସିଡ ଦିଆ ଯାଉଥିବା ଫାଇଲକୁ ମଞ୍ଜୁରୀ ଦେଇ ନାହାନ୍ତି । ଦିଲ୍ଲୀ ମନ୍ତ୍ରୀମଣ୍ଡଳରେ ୨୦୨୩-୨୪ ପାଇଁ ବିଜୁଳି ସବସିଡକୁ ମଞ୍ଜୁରୀ ଦିଆ ଯାଇଥିଲା । ମାତ୍ର ଫାଇଲ ଏବେ ବି ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି ବୋଲି ଆତିଶୀ କହିଛନ୍ତି । ଏଲଜିଙ୍କ ସହ ଆମେ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତର ମିଳି ନାହିଁ ।

Leave A Reply

Your email address will not be published.