Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା ।

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଘଟଣାସ୍ଥଳରେ ପହଂଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଅନୁମାନ କରାଯାଉଛି ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ବନ ବିଭାଗର ସୁରକ୍ଷା କବଚକୁ ଭାଙ୍ଗି ଏମିତି କେତେଦିନ ଶିକାରୀମାନେ ନୀରିହ ବନ୍ୟଜନ୍ତୁଙ୍କ ଶିକାର କରୁଥିବେ ?

Leave A Reply

Your email address will not be published.