Latest Odisha News

BREAKING NEWS

ନିଜ ଦେହରେ ପତ୍ନୀଙ୍କ ମୁହଁ ଆକୃତିର ଟାଟୁ କଲେ ସ୍ୱାମୀ, ପତ୍ନୀ ଦେଖି ଖପ୍ପା

ପ୍ରେମ ବ୍ୟକ୍ତ କରିବାକୁ ଆଜିକାଲି ଶରୀରରେ ଟାଟୁ କରିବା ଏକ ସାଧାରଣ କଥା ହୋଇଗଲାଣି । ଅଧିକାଂଶ ଲୋକେ ନିଜ ପ୍ରିୟ ଲୋକଙ୍କ ନାଁକୁ ହିଁ ଶରୀରରେ ଟାଟୁ କରିଥାନ୍ତି । କିନ୍ତୁ ଏଠି ଏମିତି ଜଣେ ବ୍ୟକ୍ତି ଯିଏ ନିଜ ପ୍ରେମ ବ୍ୟକ୍ତ କରିବାକୁ ନୁହେଁ, ମଜାରେ ମଜାରେ ନିଜ ପତ୍ନୀଙ୍କ ମୁହଁ ଆକୃତିର ଟାଟୁକୁ ନିଜ ଶରୀରରେ ଉତ୍ତାରିଛନ୍ତି । ଏପରି ଟାଟୁକୁ ଦେଖି ପତ୍ନୀ ଖୁସି ହେବା ବଦଳରେ ଖପ୍ପା ହୋଇଛନ୍ତି । ସୋସିଆଲ ମିଡ଼ିଆରେ ଏହା ଖୁବ୍ ଭାଇରାଲ ହୋଇଛି ।

ଜେରୀ ଏବଂ ତାଙ୍କ ପତ୍ନୀ ଟେଗାନ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରୀୟ । ଉଭୟଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ବି ଅଛନ୍ତି । ନିକଟରେ ଜେରୀ ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ଜେରୀ ନିଜ ଶରୀରରେ ଟାଟୁ କରିଥିବା ଦେଖାଇଥିଲେ । ଆଉ କାହାର ନୁହେଁ, ସେହି ଟାଟୁ ହେଉଛି ନିଜ ପତ୍ନୀଙ୍କ ମୁହଁର ଅବିକଳ ଚିତ୍ର, ଯାହା ଅତ୍ୟନ୍ତ ମଜାଳିଆ ଥିଲା । ଜେରୀ କୁହନ୍ତି, ତାଙ୍କ ଛାତିରେ କରିଥିବା ଏହି ଟାଟୁକୁ ସେ ବହୁତ ପସନ୍ଦ କରନ୍ତି । କିନ୍ତୁ ତାଙ୍କ ପତ୍ନୀ ଏହାକୁ ଦେଖି ଖରାପ ମନେ କରିବା ସହ ଏବେ ବି ରାଗୁଛନ୍ତି ବୋଲି କହିଛନ୍ତି ।

 

Leave A Reply

Your email address will not be published.