Latest Odisha News

BREAKING NEWS

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ କରିଥିଲେ । ସର୍ବସାଧରଣଙ୍କୁ ଟ୍ୱିଟ୍‌ କରି ପ୍ରଶ୍ନ କରିଥିଲେ, ଟ୍ୱିଟର ସିଇଓ ପଦରୁ ସେ ହଟିଯିବା ଉଚିତ୍ କି ? ସେ ଚଳିତ ମାସ ୧୯ ତାରିଖରେ ଏଭଳି ଏକ ପ୍ରଶ୍ନ ଟ୍ୱିଟ୍‌ରେ ଲୋକଙ୍କୁ ପଚାରିଥିଲେ  । ଆଉ ଲୋକଙ୍କ ମତ ଯାହା ଆସିବ ତାହାକୁ ଅନୁସରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  ।

ମିଳିଥିବା ୧ କୋଟି ୭୫ ଲକ୍ଷରୁ ଅଧିକ ମରାମତ ମଧ୍ୟରୁ ୫୭.୫ ଲୋକ ହଁ ଓ ୪୨.୫ ନାଁରେ ଉତ୍ତର ଦେଇଥିଲେ। ଶେଷରେ ଆଜି ସକାଳେ ପ୍ରାୟ ୭ଟା ବେଳେ ସେ ଖୁବ୍‌ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ (CEO) ପଦ ଛାଡ଼ି ଦେବେ ବୋଲି ଟ୍ୱିଟ କରି ଲେଖିଛନ୍ତି।

ତେବେ ଦେଖିବାକୁ ବାକି ରହିଲା  ଟ୍ୱିଟର ସିଇଓ ହେବା ପାଇଁ କେଉଁ ବୋକା ଲୋକଙ୍କୁ ଏଲନମସ୍କ ନିଯୁକ୍ତ କରୁଛନ୍ତି ।

 

 

Leave A Reply

Your email address will not be published.