Latest Odisha News

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି ।

ଗତ ଜାନୁଆରୀ ୨୯ ତାରିଖରେ ପୁରୀ ସମୁଦ୍ର ବେଳାଭୂମିରେ ଏକ ସର୍ଟ ଫିଲ୍ମ ସୁଟିଂ ଚାଲିଥିଲା । ଯେଉଁଥିରେ କ୍ୟାମେରାମ୍ୟାନ ଭାବେ ମାନସ କାମ କରୁଥିଲେ ଏବଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଥିଲେ ତାଙ୍କ ସହଯୋଗୀ ।

ମାନସଙ୍କ ସହଯୋଗୀଙ୍କ ବୟାନ ଅନୁଯାୟୀ, ଶର୍ମିଷ୍ଠା ରାଉତଙ୍କ ୱେବ ଚ୍ୟାନେଲ ପ୍ରଯୋଜନାରେ ଏହି ସର୍ଟ ଫିଲ୍ମରେ ହିରୋ ଥିଲେ ନିରଞ୍ଜନ । ହିରୋଇନ୍ ଭାବେ ସେଥିରେ ଦୁଇଜଣ ଯୁବତୀ ଥିଲେ । ସେଦିନର ସୁଟିଂର ପ୍ଲାନ୍ ଅନୁସାରେ ପିଲାଟି ସମୁଦ୍ରରେ ବୁଡ଼ିଯାଉଛି ଏବଂ ହିରୋ ନିରଞ୍ଜନ ପିଲାଟିକୁ ଉଦ୍ଧାର କରୁଛନ୍ତି । ପରେ ନିରଞ୍ଜନ ଦୁଇ ଯୁବତୀ (ହିରୋଇନ୍)ଙ୍କ ସହ ସମୁଦ୍ରରେ ଗାଧୋଉଛନ୍ତି ।

ଏହି ସିନ୍ ସୁଟିଂ ପରେ ଚିପଟିକୁ ଶର୍ମିଷ୍ଠା ନେବା ପାଇଁ ଚାହିଁ ଥିଲେ ହେଲେ ମାନସ ଦେଇନଥିଲେ । କାରଣ ମାନସଙ୍କର ପ୍ରାୟ ୫ମାସର ଦରମା ପାଇବାକୁ ବାକି ଥିଲା । ଏହି କାରଣରୁ ଶର୍ମିଷ୍ଠା ମାନସଙ୍କୁ ଧମକଚମକ ଦେଉଥିବା ମାନସଙ୍କ ସହଯୋଗୀ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, ସେହି ଚିପରେ ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ସମୁଦ୍ରରେ ଗାଧୁଆ ଦୃଶ୍ୟ ଥିଲା ?

ଅନ୍ୟପଟେ ଶର୍ମିଷ୍ଠାଙ୍କ ମା’ କହିଛନ୍ତି ‘ମୁଁ ଜନମ ଦେଇଛି ମାନେ କ’ଣ କରମ ଦେଇଛି? ଯଦି ସେ ଦୋଷ କରିଥିବ, ତାହାହେଲେ ଦଣ୍ଡ ପାଉ। ଜୀବନରେ କେବେ ଥାନା ଦୁଆର ମାଡିନଥିଲି । ଏ ବୟସରେ ଥାନାକୁ ଯାଉଛି। ନାନା ଲୋକଙ୍କଠାରୁ ନାନା କଥା ଶୁଣୁଛି। ସେ ଆହୁରି ମଧ୍ୟ କହିଛନ୍ତି, ନିରଞ୍ଜନ ସେଠୀଙ୍କ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିଲା। ପୁଅକୁ ଶର୍ମିଷ୍ଠା ନିଜେ ଟଙ୍କା ମାଗିନି। ଫୋନ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ କହିଥିଲେ। ନିରଞ୍ଜନ ସେଠୀଙ୍କ କଥାରେ ପଡ଼ି ମୋ ପୁଅ ୧୦ ହଜାର ଟଙ୍କା ପଠାଇଛି। ମୋ ପୁଅ କିଛି ଜାଣିନି। ସେ ନିର୍ଦ୍ଦୋଷ। ଭାଇ ହିସାବରେ ଭଉଣୀକୁ ଯାହା ସାହାଯ୍ୟ କରିଛି, ସେ କିଛି ଜାଣିନି। ମୋ’ ପୁଅକୁ ଛାଡ଼ି ଦିଅନ୍ତୁ, ନହେଲେ ମୋ ପରିବାର ଭାସିଯିବ। ଶର୍ମିଷ୍ଠା ଦୋଷୀ ସାବ୍ୟସ୍ତ ହେଲେ ତାକୁ ଯାହା ଦଣ୍ଡ ମିଳିବା କଥା ମିଳୁ। ଝିଅ କିଛି କରିଥିବାର ପ୍ରମାଣ ମିଳିଲେ ତାକୁ ଦଣ୍ଡିତ କରାଯାଉ। ଶର୍ମିଷ୍ଠା ପୁଲିସ ପାଖରେ ସରେଣ୍ଡର କରିଯାଉ ବୋଲି ତାଙ୍କ ମାଆ କହିଛନ୍ତି।

ମାନସ ମୃତ୍ୟୁ ଓ ଅପହରଣ ମାମଲାରେ ଦିନକୁ ଦିନ ଏଭଳି ରୋମାଞ୍ଚକ ତଥ୍ୟ ପଦାକୁ ଆସୁଛି । ତଥାପି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କିନ୍ତୁ ଧରା ପଡ଼ୁ ନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଲା ପରେ ଏକ ଟିମ୍ ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିଲେ ମଧ୍ୟ ଠାବ କରିବାରେ ସକ୍ଷମ ହୋଇନାହିଁ । ସେ ଫୋନ୍ ବ୍ୟବହାର କରୁ ନ ଥିବା ଏବଂ ବାରମ୍ବାର ଜାଗା ବଦଳାଉଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।

Leave A Reply

Your email address will not be published.