Latest Odisha News

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ । କେତେଦୂର ବିଶ୍ୱାସ କରିବେ ଏହି ଖବରକୁ ?

ମହାରାଷ୍ଟ୍ରର ପୁନେ ସହରରୁ ଏକ ବସ୍ ଷ୍ଟପ୍ ଚୋରି ହୋଇଛି । ଆଉ ତା ପୁଣି ଥାନା ପାଖରୁ । ଖବର ପଢି ବିଶ୍ୱାସ ଲାଗୁନଥିବ ସତ । ହେଲେ ପ୍ରକୃତରେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପୁନେ ମହାନଗର ପରିବହନ ମହାମଣ୍ଡଳ ଲିମିଟେଡ ଦ୍ୱାରା ସ୍ଥାପିତ ଏକ ବସ୍ ଷ୍ଟପ୍ କିଛିଦିନ ପୂର୍ବରୁ ଚୋରି ହୋଇଥିଲା । ଏହି ଘଟଣାକୁ ନେଇ ପୋଲିସ ପାଖରେ କୌଣସି ସୁରାକ ନାହିଁ ।

ଜଣେ ସ୍ଥାନୀୟ ନେତା ଏହି ଫୋଷ୍ଟରଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମରାଠୀ ଭାଷାରେ ଏହି ପୋଷ୍ଟରରେ କିଛି ଏପରି ଲେଖାହୋଇଛି, “ବିଟି କାୱଡେ ପୋଲିସ ଷ୍ଟେସନ ନିକଟରୁ ଏକ ବସ୍ ଷ୍ଟପ୍ ଚୋରି ହୋଇଛି । ଯଦି କେହି ସହୃଦୟ ବ୍ୟକ୍ତି ଚୋରି ସମ୍ବନ୍ଧରେ କୌଣସି ସୂଚନା ପ୍ରଦାନ କରନ୍ତି, ତେବେ ତାଙ୍କୁ ୫ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ “

ଏହି ଖବରକୁ ଅନେକ ଲୋକ ବିଶ୍ୱାସ କରୁନଥିଲାବେଳେ ଏତେ ବଡ ବସ୍ ଷ୍ଟପ୍ ଚୋରି କିପରି ହେଲା, ସେ ନେଇ ଅନେକ ପ୍ରଶ୍ନ ଉଠିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ବସ୍ ଷ୍ଟପକୁ ଚୋରମାନେ କାଟି ଅଲଗା କରି ଚୋରି କରିଥାଇପାରନ୍ତି ।

Leave A Reply

Your email address will not be published.