Latest Odisha News

BREAKING NEWS

ବିଶ୍ୱାସ ନ ହେଲେ ବି ସତ, ସ୍ୱୀଡେନରେ ହେବ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ

ଷ୍ଟକହୋମ: ସେକ୍ସ ଏ ଭଳି ଏକ ଶବ୍ଦ ଯାହାକୁ ସର୍ବ ସମ୍ମୁଖରେ ଆଲୋଚନା କରିବା ଅନେକଙ୍କୁ କୁଂଠାବୋଧ ହୋଇଥାଏ । ତେବେ ୟୁରୋପ ଅନ୍ୟ ଦେଶଠାରୁ ପାଦେ ଆଗେଇଯାଇଛି । ରିପୋର୍ଟ ମୁତାବକ ସ୍ୱୀଡେନ ପ୍ରଥମ ଦେଶ ଭାବେ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯାଉଛିି । କ୍ରିକେଟ, ଫୁଟବଲ, ହକି ପରି ଏହି ଚାମ୍ପିୟନଶିପରେ ଭାଗ ନେଇଥିବା ଯୋଡିଙ୍କୁ ସେମାନଙ୍କ ସ୍କିଲ ଓ ଟିମ ଗେମ ଦେଖାଇବାକୁ ପଡିବ । ୮ଜୁନରୁ ଏହି ଚାମ୍ପିୟନଶିପ ଆରମ୍ଭ ହେବ । ପ୍ରତ୍ୟେକ ମ୍ୟାଚ ପାଇଁ ଗୋଟିଏ ଯୋଡିଙ୍କୁ ୪୫ ମିନିଟ ସମୟ ଦିଆଯିବ । ୟୁରୋପର ବିଭିନ୍ନ ଦେcଶରୁ ୨୦ ଯୋଡି ଏଥିରେ ଅଂଶଗ୍ରହଣ କରିବେ ।

ବିଜେତା ଘୋଷଣା ପାଇଁ ଏକ ୫ଜଣିଆ ବିଚାରକମଣ୍ଡଳି ଗଠନ କରାଯାଇଛି । ଏହା ବ୍ୟତୀତ ଦର୍ଶକଙ୍କ ଭ୍ୟୁୟରଶିପ, ରେଟିଂ ଓ ମୂଲ୍ୟାଙ୍କନ ମଧ୍ୟ ବିଚାରକୁ ନିଆଯିବ । ସ୍ୱୀଡେଶ ସେକ୍ସ ଆସୋସିଏଶନ ଅନୁସାରେ ଏକ ଖେଳ ଭାବେ ସେକ୍ସକୁ ସାମ୍ନାକୁ ଆଣିବା ଏତେ ସହଜ କଥା ନୁହେଁ । ପ୍ରତିଯୋଗୀଙ୍କ ରଚନାତ୍ମକ ମଜଭୁତ ଭାବନା, ଶାରୀରିକ ଫିଟନେସ ଓ ଧୈର୍ଯ୍ୟ ବିଚାରକୁ ନିଆଯିବ । ଏହା ବେଶ ଗ୍ରହଣୀୟ ହେବ ବୋଲି ଆସୋସିଏଶନ ଆଶା ବ୍ୟକ୍ତ କରିଛି ।

Leave A Reply

Your email address will not be published.