Latest Odisha News

BREAKING NEWS

[ଭିଡ଼ିଓ] ପୁରୀ ବେଳାଭୂମିରୁ ଜବରଦଖଲ ଉଚ୍ଛେଦକୁ ବିରୋଧ

ପୁରୀ: ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୂମିରୁ ଉଠାଦୋକାନୀ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏହାର ପ୍ରତିବାଦରେ ଦୋକାନୀମାନେ ରାସ୍ତା ଅବରୋଧ କରିବା ସହ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ କରାଯାଇଛି । ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି । ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏ ନେଇ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଵା ଅସନ୍ତୋଷ ପ୍ରକାଶ ପାଇଛି ।

ଉଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ,ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବେଳାଭୂମିରେ ଉଠାଦୋକାନୀ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଉଠାଦୋକାନୀଙ୍କୁ ଥଇଥାନ ନକରି ଏଭଳି ଉଛେଦକୁ ସହଜରେ ଗ୍ରହଣ କରିହେଉନାହିଁ। ପ୍ରଥମେ ଥଇଥାନ ଓ ପରେ ଉଛେଦ ଦାବି କରିଛନ୍ତି ଦୋକାନୀ ।

Leave A Reply

Your email address will not be published.