Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ନେତା ପ୍ରବୀଣ ଭଞ୍ଜଦେଓ ଓ ସୁବାସ ନାୟକ

ଭବାନୀପାଟଣା : କଳାହାଣ୍ଡିର ୨ ପୂର୍ବତନ ବିଜେଡି ନେତା ତଥା ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ସୁବାସ ଚନ୍ଦ୍ର ନାୟକ ମଙ୍ଗଳବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ।

ଭବାନୀପାଟଣା ଠାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଗେରୁଆ ଦଳରେ ଦୁହେଁ ବିଧିବିଦ୍ଧ ଭାବେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଶ୍ରୀଯୁକ୍ତ ଭଞ୍ଜଦେଓ ମୋରଡା ବିଧାନସଭା ଆସନରୁ ଟିକେଟ ନପାଇବାରୁ ପରବର୍ତ୍ତୀ ସମୟରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆହୁରି ମଧ୍ୟ ନିକଟରେ ବିଜେଡିରେ ସାମିଲ ହୋଇଥିବା ବିଜେପିର ପୂର୍ବତନ ପ୍ରଦେଶ ଉପାଧ୍ୟକ୍ଷ ରାଜକିଶୋର ଦାସଙ୍କୁ ଦଳ ସେହି ନିର୍ବାଚନମଣ୍ଡଳରୁ ପ୍ରାର୍ଥୀ ଭାବେ ମଇଦାନ ଓହ୍ଲାଇଛି ।

ସେହିପରି କଂଗ୍ରେସର ପୂର୍ବତନ କଳାହାଣ୍ଡି ସାଂସଦ (୧୯୯୧) ଶ୍ରୀଯୁକ୍ତ ନାୟକ ୨୦୦୯ ମସିହାରେ ଦଳରୁ ଇସ୍ତଫା ଦେଇଥିଲେ । ସେହି ବର୍ଷ କଂଗ୍ରେସର ଭକ୍ତ ଚରଣ ଦାସଙ୍କ ବିରୋଧରେ ସେ ବିଜେଡି ଟିକେଟରେ କଳାହାଣ୍ଡି ଲୋକସଭା ଆସନ ଲାଗି ନିର୍ବାଚନ ଲଢିଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେଟି ଟିକେଟରୁ ଅର୍କ କେଶରୀ ଜିତିଥିଲେ ।

ଆଗାମୀ ୨୦୧୯ ନିର୍ବାଚନରେ କଳାହାଣ୍ଡି ଟିକେଟ୍ ଲାଗି ସେ ଆଶାୟୀ ରହିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ କିମ୍ବା ଶ୍ରୀଯୁକ୍ତ ଦେଓଙ୍କୁ ଟିକେଟ୍ ପ୍ରଦାନ କରାଯାଇନଥିଲା । ସେମାନଙ୍କୁ ବାଦ୍ ଦେଇ ଦଳର ଅନ୍ୟତମ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦଳର ପକ୍ଷରୁ ପ୍ରାର୍ଥୀଭାବେ ମନୋନୟନ କରାଯାଇଛି ।

Leave A Reply

Your email address will not be published.